ବାଲେଶ୍ୱର,୬/୨ (ଲକ୍ଷ୍ମୀଧର ବାରିକ) ଚଳିତ ଶିକ୍ଷାବର୍ଷ ୨୦୨୪ ପାଇଁ +୨ କାଉନସିଲ,ଭୁବନେଶ୍ୱର ମୁଖ୍ୟ ଶାଖା ତରଫରୁ କଟକ ରେଭେନସା କଲେଜରେ ରାଜ୍ୟସ୍ତରୀୟ +୨ କାଉନସିଲ ଚେୟାରମ୍ୟାନ କପ୍ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହାର ଶୀର୍ଷକ ଥିଲା ସାଂପ୍ରତିକ ସମାଜରେ ଗାନ୍ଧୀ ଓ ଗାନ୍ଧୀବାଦର ପ୍ରାସଙ୍ଗିକତା। ଏହି ପ୍ରତିଯୋଗିତାରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ରୀ କାଶିସ ଦାସ ସମଗ୍ର ଓଡ଼ିଶାରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ରଣା, ଉପାଧ୍ୟକ୍ଷ ଡକ୍ଟର ସନ୍ତୋଷ କୁମାର ରାଉତ, ପ୍ରଶାସନିକ ଅଧିକାରୀ ଡକ୍ଟର ଭାଗବତ ଭୂୟାଁ,ଆକାଡେମିକ ବର୍ଷାର ଅଧ୍ୟାପିକା ସୋନାଲିସା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡକ୍ଟର ଅଞ୍ଜନା ବେହେରା, ଆକାଉଣ୍ଟ ବର୍ଷାର ଶ୍ରୀ କୁଞ୍ଜ ବିହାରୀ ମହାନ୍ତି, ଅଧ୍ୟାପିକା ମିତାଲି ରାଉତରାୟ,ସେକ୍ସନ ଅଧିକାରୀ ଶ୍ରୀ ବଳରାମ ନାଏକଙ୍କ ସହିତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉତ୍ତର ଓଡ଼ିଶା ତଥା ବାଲେଶ୍ୱର ଗୌରବକୁ ଆଗକୁ ନେଇ ଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ଓ ଆହୁରି ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ ପ୍ରେରଣା ଦେଇଛନ୍ତି।
ରାଜ୍ୟସ୍ତରୀୟ +୨ କାଉନସିଲ ଚେୟାରମ୍ୟାନ କପ୍ ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ଛାତ୍ରୀ ପ୍ରଥମ
ଆଜତକ ଓଡ଼ିଶା
0
Post a Comment