ବାଲେଶ୍ୱର,୦୬/୦୨ (ଲକ୍ଷ୍ମୀଧର ବାରିକ): ଡିଆରଡିଓ ଚାନ୍ଦିପୁର ପରିସରସ୍ଥ ପିଏକ୍ସଇ ପଡ଼ିଆରେ ଡିଆରଡିଓ କେନ୍ଦ୍ରାଞ୍ଚଳ କ୍ରିକେଟ ପ୍ରତିଯୋଗିତା-୨୦୨୪ ଉଦଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାର ଉଦଘାଟନ ପିଏକ୍ସଇ ନିର୍ଦ୍ଦେଶକ ସୁବୋଧ କୁମାର ନାୟକ, ବୈଜ୍ଞାନିକ 'ଜି' ଙ୍କ ଦ୍ବାରା, ଆୟୋଜନ ସମିତିର ଚେୟାରମେନ କର୍ଣ୍ଣେଲ ରାମଚନ୍ଦ୍ର କ୍ଷେତ୍ରୀଙ୍କ ଉପସ୍ଥିତିରେ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଡିଆରଡିଓ କେନ୍ଦ୍ରାଞ୍ଚଳ ଅଧିନସ୍ଥ ହାଇଦ୍ରାବାଦର ୬ଟି, ଜଗଦଲପୁର ଓ ବିଶାଖାପାଟଣାର ଗୋଟିଏ ଲେଖାଁଏ ତଥା ଚାନ୍ଦିପୁର ପରିସରର ଦୁଇଟି ପ୍ରୟୋଗଶାଳା ଭାଗ ନେଇଛନ୍ତି। ପଞ୍ଚ ଦିବସୀୟ ଏହି ପ୍ରତିଯୋଗିତାର ପ୍ରଥମ ତିନିଦିନ ଲିଗ୍ ମ୍ୟାଚ୍, ଚତୁର୍ଥ ଦିନ ସେମି ଫାଇନାଲ ତଥା ଅନ୍ତିମ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ସଫଳ ଆୟୋଜନ ପଛରେ ଥିବା ଏକାଧିକ ଉପସମିତିର କାର୍ଯ୍ୟକର୍ତ୍ତାମାନଙ୍କ ସହଯୋଗ ପ୍ରଶଂସନୀୟ। ଡିଆରଡିଓ ତାର ଦୈନନ୍ଦିନ ଗବେଷଣା ଓ ଅନୁସନ୍ଧାନ ମୂଳକ କାର୍ଯ୍ୟ ସହ କର୍ମୀଙ୍କ ମଧ୍ୟରେ ନେତୃତ୍ୱ ନେବାର କଳା ତଥା ପରସ୍ପର ସହଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଏଭଳି ପ୍ରତିଯୋଗିତା ଆୟୋଜନ ହୋଇଆସୁଛି।

Post a Comment