ଦମକିପାଲି ଉ.ପ୍ରା.ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


ପାଟଣାଗଡ଼/୨୭/୦୨ (ଆଜତକ ଓଡ଼ିଶା) ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଛୁଆଲିଉଦର କ୍ଳଷ୍ଟର ଅଧୀନରେ ଥିବା ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ବ୍ଳକ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି।ପ୍ରକାଶ ଥାଉକି ବଲାଙ୍ଗିରସ୍ଥିତ ପିଆର ଉଚ୍ଚ ବିଦ୍ୟାଳୟର ଷ୍ଟାଡିୟମରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଓ ପୌରପାଳିକା ଅଧ୍ୟକ୍ଷା ଲିକା ସାହୁ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କୁ ସ୍ମୃତିଫଳକ, ପ୍ରମାଣପତ୍ର ଓ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ।

ଦମକିପାଲି ବିଦ୍ୟାଳୟ ପାଟଣାଗଡ଼ ବ୍ଳକର ଉପାନ୍ତ ଅଞ୍ଚଳରେ ଥିବା ସତ୍ତ୍ବେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଯଥା ବୃତ୍ତି, ନବୋଦୟ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ରେ ନାମଲେଖା, ଜାତୀୟ ମେଧା ବୃତ୍ତି, ସୁରଭି, ବିଜ୍ଞାନ ମେଳା ଆଦିରେ କୃତିତ୍ବ ଅର୍ଜନ କରିବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଦ୍ୟାଳୟକୁ ୨୦୧୯ ମସିହାରେ ପ୍ରକୃତି ମିତ୍ର ମିଳିଥିବା ବେଳେ ସୁଶ୍ରୀ ଭୋଇଙ୍କୁ ୨୦୧୪ମସିହାରେ ରାଜ୍ୟ ପୁରସ୍କାର, ଦୁଇଥର ପ୍ରକୃତିବନ୍ଧୁ ଓ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଅନେକ ପୁରସ୍କାର ମିଳିଛି।ଏହି ଖବର ପାଇବା ପରେ ବୁଦ୍ଧିଜୀବୀ ଓ ଶିକ୍ଷକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି।

Post a Comment

Previous Post Next Post