କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ


ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ଶନିବାର ଦିନ ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଖେଳ ପଡିଆରେ ଚାରୋଟି ଗ୍ରାମ ପଞ୍ଚାୟତ ଚାନ୍ଦୋତରା, ଗନ୍ଧର୍ଲା,ଜାମଖୁଣ୍ଟା, ଭୂର୍ଷାଗୁଡ଼ା ପଞ୍ଚାୟତ ଅଞ୍ଚଳର କଂଗ୍ରେସ କର୍ମୀ ସମ୍ବିଳନୀ, ମିଶ୍ରଣ ପର୍ବ ଓ ବିଜେଡି ବିଜେପିର ବିବାହ ଉତ୍ସବ ପାଳନ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ସନ୍ତୋଷ ସିଂହ ସାଲୁଜା, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଞ୍ଜୁ ବାଲା ବେହେରା,ଉପ-ଅଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ୍ ପ୍ରକାଶ କୁମ୍ଭାର, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଗନ୍ଧର୍ଲା ସରପଞ୍ଚ ଚାହାନ୍ତି କନ୍ଦପାଣି,ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଛା,ସମିତି ସଭ୍ୟା କୁନ୍ତୀ ସାହୁ,ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଭୂର୍ଷାଗୁଡା ସମିତି ସଭ୍ୟ ଦୃପଦ ବାରିକ, ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା,ସମିତି ସଭ୍ୟ ଦ୍ରୋଣସେନ୍ ବେହେରା, ଅଲଣ୍ଡା ସରପଞ୍ଚ ପ୍ରତିନିଧି ଯୁବରାଜ ବାଗ ,ଅର୍ଷାତୁଲା ସମିତି ସଭ୍ୟ ବଂଶୀ ବାଗ, ଦେଡଗାଁ ସମିତି ସଭ୍ୟ ପ୍ରତିନିଧି ହେରାମ ଜାଲ ପ୍ରମୁଖ ବହୁ କଂଗ୍ରେସ ପଦାଧିକାରୀ ଯୋଗ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ଘାସିରାମ ସାହୁ ।ଶେଷରେ ଶତାଧିକ ଲୋକ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ ଓ ବିଜେଡି ବିଜେପିର ବିବାଘର୍ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।

Post a Comment

Previous Post Next Post