କୋରାପୁଟ :(ଆଜତକ୍ ଓଡ଼ିଶା): ଆଜି କୋରାପୁଟ ଜିଲ୍ଲାର ୧୦, ୧୫ ନମ୍ବର ୱାର୍ଡର ପ୍ରତି ପରିବାର ପିଛା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଅଛି । ଏହି ଶୁଭାରମ୍ଭ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରଯାଇଅଛି । ତେବେ ଆଜି ସ୍ଥାନୀୟ ହାଉସିଂବୋର୍ଡ ସ୍ଥିତ ଏସଏସଜି ଗ୍ରୁପ ମାଧ୍ୟମରେ ଜିଲ୍ଲାର ୧୦, ୧୫ ନମ୍ବର ୱାର୍ଡର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୧ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଏସଏସଜି ଗ୍ରୁପର ବରିଷ୍ଠ ମହିଳା ତଥା ସମ୍ପାଦିକା ଶ୍ରୀମତି କେ.ପୁଷ୍ପାଞ୍ଜଳିଙ୍କ ସହ ସମସ୍ତ ଏସଏସଜି ମହିଳା ସଦସ୍ୟଙ୍କ ସହ ମୁନିସିପାଲିଟିର କର୍ମଚାରୀଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଏହି ୧ ହଜାର ସହାୟତା ରାଶି ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଅଛି । କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାରେ ସୁଫଳ ପାଇପାରିବେ ରାଜ୍ୟର ବିକାଶ ପାଇଁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ହେଉଛି ଆଉ ଏକ ପ୍ରୟାସ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ସବୁ ପରିବାରକୁ ୨ଟି ଝୋଟ ତିଆରି ବ୍ୟାଗ ମଧ୍ୟ ପ୍ରଦାନ କରାଯିବ । ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଗରିବ ଲୋକଙ୍କୁ ଅନେକ ସାହାଯ୍ୟ କରିବ । ନିର୍ବାଚନ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା ।

Post a Comment