ଭାରସାମ୍ୟ ହରାଇ ବାଇକ ଦୁଘଟଣାରେ ଦୁଇ ଜଣ ଗୁରୁତର


ନୂଆପଡା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା କୋମନା ଥାନା ବେଲଗାଁ ବିଜୁ ଏକ୍ସପ୍ରେସ ନିକଟରେ ବାଇକ ଭରସାମ୍ୟ ହରାଇ ଦୁଇ ଜଣ ଗୁରୁତର । ସୂଚନା ଅନୁସାରେ ବୋଡେ଼ନ ପଟୁ ନିଜ ଗାଁ ଉଲଭା କୁ ଫେରୁଥିବା ସମୟରେ ବେଲଗାଁ ଠାରେ ବାଇକ ଆରୋହୀ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ । ଗୁରୁତର ଦୁଇ ଜଣ ବ୍ୟକ୍ତି ହେଲେ ଉଲଭା ଗାଁର କମଳ ଆଡବଙ୍ଗ ( ୬୦ ) ଲମ୍ବୋଦର ଆଡବଙ୍ଗ ( ୫୦ ) ବୋଳି ଜଣା ପଡିଛି । ଗୁରୁତର ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଗୁରୁତର ମାନଙ୍କୁ ଭେଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମିକ ଚିକିତ୍ସାୟ କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣା ପଡିଛି ।

Post a Comment

Previous Post Next Post