ୟଙ୍ଗ ଷ୍ଟାର ପୁରାଗାଁ କ୍ରିକେଟରେ ଅମାଠୁଲା କୁ ପରାସ୍ତ କରି ନାନ୍ଦୋଲ୍ ବିଜୟ ଲାଭ


ଜୁନାଗଡ ୧୫/୦୨: (ଧୀରେନ୍ଦ୍ର ସୁନାନି) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିସର୍ ପଞ୍ଚାୟତ ଅଧିନସ୍ଥ ପୋରାଗାଁ ଗ୍ରାମରେ ୟଙ୍ଗ ଷ୍ଟାର ପୂରାଗାଁ ଆନୁକୁଲ୍ୟରେ ଗତ ତା ୦୬/୦୨/୨୦୨୪ ରିଖ ରେ ୧୬ ଗୋଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଫାଇନାଲ ମ୍ୟାଚ୍ ରେ ଆଜି ନାନ୍ଦୋଲ ଏବଂ ଅମାଠୁଲା ପ୍ରବେଶ କରିଥିଲେ। ନାନ୍ଦୋଲ ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ ର ନିଷ୍ପତି ନେଇ ୧୨ ଓଭର ବିନିମୟରେ ୬ ଗୋଟି ୱିକେଟ ହରାଇ ୧୦୭ ରନ୍ ସଂଗ୍ରହ କରି ୧୦୮ ରନ୍ ଟାର୍ଗେଟ ଦେଇଥିବାବେଳେ ଅମାଠୁଲା ଦଳ ୧୧ ଓଭର ୨ ବଳରେ ସମସ୍ତ ୱିକେଟ୍ ହରାଇ ପରାଜୟ ହୋଇଥିଲେ । ଉକ୍ତ ମ୍ୟାଚ୍ ରେ ମୁଖ୍ୟ ଅତିଥି ରୁପେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ମେହେର ସମ୍ମାନିତ ଅତିଥି ଚିଙ୍ଗୁଡିସର୍ ସମିତି ସଭ୍ୟା ଶ୍ରୀମତୀ କାଞ୍ଚନ ବାଗ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ମାନଙ୍କୁ ପୁରକୃତ ରାଶି ଏବଂ ଟ୍ରଫି ପ୍ରଦାନ କରିଥିଲେ। ଉକ୍ତ ମ୍ୟାଚ୍ ରେ ସ୍କୋର ବୋର୍ଡ ର ଦାୟିତ୍ୱରେ କାହ୍ନୁ ପଟେଲ ଥିବାବେଳେ ମ୍ୟାଚ୍ ଟିକୁ ପରିଚାଳନା କରିଥିଲେ ଶିବରାଜ ଲେଞ୍ଜିଆ ଏବଂ ଭୀଷ୍ମ ମାଝୀ।

Post a Comment

Previous Post Next Post