ସାର୍ବଜନୀନ ବାଣୀଶ୍ରୀ ମେଳା ଉପଲକ୍ଷେ ରକ୍ତଦାନ ଶିବିର


ବାଲେଶ୍ୱର,୧୬/୨(ଲକ୍ଷ୍ମୀଧର ବାରିକ): ସଦର ବ୍ଲକ ଦୁବୁଲାଗଡ଼ି ପଞ୍ଚାୟତର ବଗଦା ଗ୍ରାମରେ ଗ୍ରାମ୍ୟ କମିଟି ପକ୍ଷରୁ ସାର୍ବଜନୀନ ବାଣୀଶ୍ରୀ ମେଳା ଉଦଘାଟନୀ ଉତ୍ସବରେ କମିଟି ପକ୍ଷରୁ ଆଜି ଏକ ସେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ ଆମ ଓଡ଼ିଶା ସହଯୋଗରେ ସ୍ଥାନୀୟ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରକୁ ସରୋଜ କୁମାର ଲେଙ୍କା ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଉଡାନ୍ ର ରାଜ୍ୟ ସଭାପତି ସଦାଶିବ ସେଠୀ, ଶିଶିର କୁମାର ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ନମିତା ମୁର୍ମୁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ , ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ସମାଜସେବୀ ଭୀଷ୍ମ ଚରଣ ମଲ୍ଲିକ ଓ ଗ୍ରାମ୍ୟ ସଭାପତି କବାତ୍ ଅଲ୍ଲୀ ଖାଁ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ପ୍ରଧାନଙ୍କ ନେତୃତ୍ବରେ ଟେକ୍ନିସିଆନ୍ ବିଜୟ କୁମାର ପଣ୍ଡା, ମନୋଜ କୁମାର ଗନ୍ତାୟତ ଓ କ୍ଷୀରୋଦ ଚନ୍ଦ୍ର ବେହେରା ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୫୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଉପସଭାପତି ବିପିନ୍ କୁମାର ଜାନା, ସମ୍ପାଦକ ରବିଉଲ୍ ଆଲି ଖାଁ ଓ ସୁବାସ ଚନ୍ଦ୍ର ବେରା, ଉପଦେଷ୍ଟା କମିଟିର ସଦସ୍ୟ ବିଜୟା ନନ୍ଦ ସ୍ୱାଇଁ, ରଞ୍ଜିତ କୁମାର ସ୍ବାଇଁ, ହାଇଦର ଅଲ୍ଲୀ ଖାଁ, ମହମ୍ମଦ ଅଲ୍ଲୀ ଖାଁ, ପୁଳିନ ବିହାରୀ ସିଂହ, ଛୋଟ ରାୟ ସିଂ, ଗଣେଶ ସିଂ, ବରେନ୍ଦ୍ର ନାଥ ଜାନା, ପରିଚାଳନା କମିଟିର ସଦସ୍ୟ ବିଶ୍ବରଂଜନ ସ୍ୱାଇଁ, ରାଜକିଶୋର ପରିଡ଼ା, ବଂଶୀ ଧର ସିଂ, ଜୟଦେବ ଦିନ୍ଦା, ମଧୁସୂଦନ ମଣ୍ଡଳ, ଇରାନ ଅଲ୍ଲୀ ଖାଁ, ୱାହେଦ ଅଲ୍ଲୀ ଖାଁ, ଆଜିଜୁଲ ଅଲ୍ଲୀ ଖାଁ, ଫକୁର ଅଲ୍ଲୀ ଖାଁ, ମୁସ୍ତାକ ଅଲ୍ଲୀ ଖାଁ, ହାସେନ୍ ଅଲ୍ଲୀ ଖାଁ ଓ ସମ୍ବାଦ ଆମ ଓଡ଼ିଶାର ସହଯୋଗୀ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ସେହିପରି ସନ୍ଧ୍ୟାରେ ମେଳାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ କୁମାର ପ୍ରଧାନ ଉଦଘାଟନ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Post a Comment

Previous Post Next Post