ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ


ନୂଆପଡା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ସରସ୍ୱତୀ ପୂଜା ଓ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଧ୍ୟ ହସ ଉଲ୍ଲାସରେ ପାଳିତ ହୋଇଯାଇଛି ।ଗୋଷ୍ଠୀ ଶିକ୍ଷା ସାଧନ ସଂଯୋଜକ ସିନାପାଲି ଶ୍ରୀଯୁକ୍ତ ପ୍ରଭାତ କୁମାର ପାତ୍ର ଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସିନାପାଲି ତହସିଲଦାର ସୁଶ୍ରୀ ଉପାଞ୍ଜଳୀ ମାଝି ଯୋଗଦେଇଥିବାବେଳେ, ମୁଖ୍ୟ ବକ୍ତା ଭାବରେ ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ କୁମାର ସୁନାରୀ ଯୋଗଦେଇଥିଲେ ସେହିପରି ସମ୍ମାନୀତ ଅତିଥି ଭାବରେ ସିନାପାଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ଏ. ବି ଡୁଙ୍ଗ. ଡୁଙ୍ଗ, ଘଣ୍ଟିଗୁଡ଼ା ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟବାନ୍ ମେହେର ଯୋଗଦେଇଥିଲେ । ଅତିଥି ବୃନ୍ଦ ଉପସ୍ଥିତ ରହି ସର୍ବ ପ୍ରଥମେ ମାଁ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଜାଳି ପୂଜାର୍ଚ୍ଚନା କରିଥିଲେ। ପରେ ତହସିଲଦାର ମାଝି ସୁବର୍ଣ୍ଣ ଜୟନ୍ତୀ ସ୍ତମ୍ବ ଉଦଘାଟିତ କରିଥିଲେ ।

ଏହି ଅବସରରେ ମଞ୍ଚଷିନ ଅତିଥି ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସରଧାପୁର ପ୍ରାଥମିକ ବିଦ୍ୟାଳୟର ସମାଜରେ ଅତୁଳନୀୟ ଭୂମୀକା ନିର୍ବାହ କରୁଥିବା ବେଳେ ଏଭଳି ଉତ୍ତମ ଶିକ୍ଷା ଦ୍ୱାରା ହିଁ ବ୍ଯକ୍ତି ଚେତନାର ବିକାଶ ଘଟେ ବୋଲି ସାମୁହିକ ମତ ପ୍ରକାଶ ପାଇଥିଲା ା ପ୍ରାରମ୍ଭରେ ପ୍ରଭାତ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଥମେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ା ଉକ୍ତ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ହରେଶ ମେହେର ବିବରଣୀ ପଠନ କରିଥିଲେ ା ମଂଚରେ ବିଦ୍ଯାଳୟର ବର୍ତ୍ତମାନ ଓ ପୁରାତନ ପରିଚାଳନା ସମିତିକୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନାଚ ଗୀତ ଲୋକଙ୍କ ମନ ମୋହିଥିଲା । ଏ ଅବସରରେ କୃତି ଛାତ୍ରଛାତ୍ରୀ ଓ ମାଁ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ାଶେଷରେ ଶ୍ରୀ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନର ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ ଗହିର, ଶ୍ରୀଯୁକ୍ତ ଆୟୁବ ଖାନ, ଶ୍ରୀଯୁକ୍ତ କେଶ୍ରମଣି ଜଗତ, ଶ୍ରୀମତି ଯ୍ୟୋଷ୍ନାମୟୀ ମେହେର, କମିଟିର ସଭାପତି ପଦ୍ମନାଭ ଗହିର ଉପସ୍ଥିତ ଥିଲେ ଓ ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଶୁଭେଚ୍ଛୁ ଓ ଅଭିଭାବକଙ୍କ ସମାଗମ ହୋଇଥିଲା ।

Post a Comment

Previous Post Next Post