ଇନ୍ଦିପଡା ଟ୍ରୁ ଫ୍ରେଣ୍ଡସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ୱର୍,୧୫/୨ (ଲକ୍ଷ୍ମୀଧର ବାରିକ): ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତ ଇନ୍ଦିପଡା ଟ୍ରୁ ଫ୍ରେଣ୍ଡସ କ୍ଲବର ଏକାଦଶବାର୍ଷିକ ଉତ୍ସବ ଓ ସରସ୍ବତୀ ପୂଜା ପାଳନ ଅବସରରେ ଆଜି ଏକ ରକ୍ତଦାନ ଶିବିର ସମ୍ବାଦ-ଆମ ଓଡ଼ିଶା ସହଯୋଗରେ କ୍ଳବ ପରିସରରେ ଅନୁଷ୍ଠିତ ହୋଇଥିଲା। ପୂଜା ସଭାପତି ଜଗନ୍ନାଥ ସାହୁ ଓ କ୍ଲବର ସମ୍ପାଦକ ଶୁଭମ କୁଅଁରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଶିବିରକୁ ବାଲେଶ୍ୱର ରକ୍ତକେନ୍ଦ୍ରର ଡାକ୍ତର ପ୍ରତୀକ ରାଜ ଓ ସମାଜସେବୀ ଭୀଷ୍ମ ଚରଣ ମଲ୍ଲିକ ମିଳିତ ଭାବେ ଉଦଘାଟନ କରିଥିଲେ। ଗୌରହରି କୁଅଁର, ବିଜୟ ସେନାପତି ଓ ଗୋପୀନାଥ କୁଅଁର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ରାଜଙ୍କ୍ ନେତୃତ୍ବରେ ଟେକ୍ନିସିଆନ ବିଜୟ ପଟ୍ଟାୟକ, ସବନମ ଦାସ, ସୌଭାଗ୍ୟ ବତୀ ପରିଡ଼ା ଓ ଅଜୟ କୁମାର ମହାପାତ୍ର ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୩୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ସୁଶାନ୍ତ ବେହେରା, ଆଲୋକ କୁମାର ମହାଳିକ, ତ୍ରିନାଥ ବେହେରା, ନିରଞ୍ଜନ କୁଅଁର, ଅଜୟ ବେହେରା, ବ୍ରହ୍ମାନନ୍ଦ ଦାସ, ସରୋଜ ସାହୁ, ସୁଜିତ କୁମାର ବେହେରା, ପୂଜା ମାଲିକ ଜଗନ୍ନାଥ ସାହୁ, ଗୌତମ କୁଅଁର, ଉମେଶ ଦାସ, ତପନ ଦାସ, ମାନଶ ରାଉଳ, ହରିହର ବେହେରା, ଶ୍ରୀତମ କୁଁଅର,ସୁରଜ୍ କୁଁଅର,କବିତା କୁଁଅର,ଦେବାଶିଷ ମଣ୍ଡଳ,ଗଉତ୍ତମ୍ ବେହେରା,ଚନ୍ଦନ କୁମାର ଦାସ,ଦୀପକ ମହାଳିକ,ଜିତେନ୍ଦ୍ର ଦାସ,ଗୌରିମହନ ସାହୁ,ସପନ କୁମାର ଦାସ, ଶିବମ କୁଁଅର, ଶଶିକାନ୍ତ ବେହେରା, ରତ୍ନାକର ସାହୁ, ଅଶୋକ ସେନାପତି, ନିଶିକାନ୍ତ ବେହେରା, ଚିକୁନ ସାହୁ, ଭାଗବତ ସାହୁ, ଧନୁ ଦାସ, ଦୀପକ କୁଁଅର, ଗୋପାଳ ଧଳ, ବିନୋଦ ସାହୁ, ଗୋପାଳ ସେନାପତି, ସୁବ୍ରତ ସେନାପତି, ରବି, ଟୁଲୁ,ଦିପୁ,ଜିତୁ,ଲିପୁ,ରାଜୁ,ଦିଲୀପ,ବବୁଲୁ,ବିକି,ଅଲେଖ, ଦେବବ୍ରତ ସାହୁ, ବାଲିଆପାଳ ବ୍ଲକର ଆମ ଓଡ଼ିଶା ସଂଯୋଜକ ବେମ୍ୟକେଶ ସାହୁ ଓ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିବା ବେଳେ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ। ପ୍ରତ୍ୟେକ ବର୍ଷ ରକ୍ତଦାନ କାର୍ଯ୍ୟକ୍ରମରେ ରକ୍ତଦାନ କରୁଥିବା କଇଁନ ଗରି ଗ୍ରାମର ତିନି ରକ୍ତଦାତଙ୍କୁ କ୍ଳବ୍ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସନ୍ଧ୍ୟାରେ କୁନି କୁନି ପିଲାମାନଙ୍କର ଦ୍ଵାରା ନୃତ୍ୟ ସହତି ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା। ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Post a Comment

Previous Post Next Post