ସିନାପାଲି ଶିଶୁ ମନ୍ଦିରର ରଜତ ଜୟନ୍ତୀ ଉଦଯାପିତ

ଉତ୍ତମ ଶିକ୍ଷା ଦ୍ୱାରା ହିଁ ଉତ୍ତମ ସମାଜ ଗଠନ ହେବ 


ସିନାପାଲି: ୧୫/୦୨ (ପରମେଶ୍ଵର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ରଜତ ଜୟନ୍ତୀ ଉତ୍ସବର ତୁତୀୟ ସାଂସ୍କୃତିକ ସଭାରେ ବିଦ୍ଯାଳୟର ପ୍ରତିଷ୍ଠାତା ତୁଳସୀରାମ ମେହେର ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଓ ମୁଖ୍ଯବକ୍ତା ଭାବରେ ସୁସାହିତ୍ଯିକ ସତ୍ଯନାରାୟଣ ମୁଣ୍ତଛିନା ଯୋଗ ଦେଇଥିଲୋ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ଯକ୍ଷା ମୀନା ଘିଭେଲା, ସମିତି ସଦସ୍ଯ ମନୀଷ କୁମାର ପଟେଲ ଉପସ୍ଥିତ ଥିଲୋ ଏହି ଅବସରରେ ଉତ୍ତମ ଶିକ୍ଷା ଦ୍ବାରା ହିଁ ଊତ୍ତମ ସମାଜ ଗଠନ କରାଯାଇପାରିବ ଏବଂ ଏହି ମର୍ମରେ ଶିଶୁମନ୍ଦିର ସମାଜରେ ନିଜର ଅତୁଳନୀୟ ଭୂମୀକା ନିର୍ବାହ କରୁଥିବା ସାମୁହିକ ମତ ପ୍ରକାଶ ପାଇଥିଲା । ପ୍ରାରମ୍ଭରେ ଗୌତମ ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ଭଉଣୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । । ମଂଚାସିନ ବିଦ୍ଯାଳୟ ସମିତିର ସଂପାଦକ ବୈଷ୍ଣବ ମେହେର ବିବରଣୀ ପଠନ କରି ବିଦ୍ଯାଳୟ ପ୍ରତି ସମସ୍ତଙ୍କ ଶୁଭଦୃଷ୍ଟି କାମନା କରିଥିଲେ ।

ମଂଚରେ ପୂର୍ବତନ ଆଚାର୍ଯ୍ଯଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ଅଂଚଳର ବିଶିଷ୍ଟ ବ୍ଯକ୍ତି ପୁଣ୍ତରିକାକ୍ଷ ପାଣିଗ୍ରାହୀ, ବୈଶମ୍ପାୟନ ମେହେର, ଡମ୍ବରୁଧର ମେହେର, ଡାକ୍ତର ଜଳନ୍ଧର ମେହେର, ଡାକ୍ତର ହେମାଙ୍ଗିନୀ ମେହେର, ହାରାଦେଇ ମାଝୀ, ସ୍ୱର୍ଗତ ନରେଶ କାଛିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ସମ୍ୱର୍ଦ୍ଧନା ପର୍ବକୁ ରମେଶ କୁମାର ହଂସ ଓ ଲଳିତ କୁମାର ସୁନାରୀ ପରିଚାଳନା କରିଥିଲେ ା ସଂଯୁକ୍ତା ମେହେର ମାନପତ୍ର ପଠନ କରିଥିଲେ । ଅନୁସୂୟା ମୁଣ୍ତ ଏକକ କଣ୍ଠ ସଂଗୀତ ଗାନ କରିଥିଲେ । ଏ ଅବସରରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ବିଷ୍ଣୁ ଶରଣ ହୋତା ପରିଚାଳନା କରିଥିଲେ । ଶେଷରେ ନବୀନ ଚଂଦ୍ର ମେହେର ଧନ୍ଯବାଦ ଦେଇଥିଲେ ଓ ମିନାକ୍ଷୀ ମଞ୍ଜରୀ ପାଢ଼ୀ ବନ୍ଦେ ମାତରମ୍ ଗାନ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ପରିଚାଳନା ସମିତି, ବର୍ତ୍ତମାନ ଓ ପୁରାତନ ଗୁରୁଜୀଗୁରୁମା, ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଶୁଭେଚ୍ଛୁଙ୍କ ସମାଗମ ହୋଇଥିଲା ।

Post a Comment

Previous Post Next Post