ଜିଲ୍ଲା ସ୍ତରୀୟ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ସମ୍ବର୍ଦ୍ଧନା ଉତ୍ସବ


ବାଲେଶ୍ୱର,୭/୨(ଲକ୍ଷ୍ମୀଧର ବାରିକ): ଫକୀର ସ୍ୱୟଂ ଶାସିତ ମହାବିଦ୍ୟାଳୟର ହେରିଟେଜ ହଲ ପରିସରରେ  ଜିଲ୍ଲା ସ୍ତରୀୟ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ଜିଲ୍ଲାରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏକ ବୈପ୍ଳବିକ ପରିବର୍ତ୍ତନ ଓ ସୁଦୂରପ୍ରସାରି ଉନ୍ନତି ଆଣିବା ଉପଲକ୍ଷେ ଫକୀର ମୋହନ କନିଷ୍ଠ ମହାବିଦ୍ୟାଳୟ ଦ୍ବାରା  ଏକ ଅଭିନବ ଚିନ୍ତାଧାରା ଦ୍ଵାରା ଏହାକୁ ଆୟୋଜନ କରାଯାଇଛି। ଏହା ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ପ୍ରତିଦିନ ଉପଲବ୍ଧ ହେଉଥିବା ଉକ୍ତ କାର୍ଯ୍ୟକ୍ରମର ଦୈନଦିନ ଫଟୋ ଓ ଭିଡ଼ିଓ ସହିତ ଅନ୍ୟାନ୍ୟ କ୍ଷେତ୍ରକୁ ଆଧାର କରି ଅଧ୍ୟକ୍ଷଙ୍କ ପରାମର୍ଶ କ୍ରମେ ଏକ ଜିଲ୍ଲା ସ୍ତରୀୟ ଚୟନ କମିଟି ଦ୍ବାରା ସ୍ଥିରୀକୃତ ହୋଇଥିବା ବାଲେଶ୍ୱର ଜିଲ୍ଲାର ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟର ୨୦ ଜଣ ଅଧକ୍ଷ,୧୭ ଜଣ ସଂଯୋଜକ, ୭ ଜଣ ମାଷ୍ଟର ଟ୍ରେନର ଓ  ୮ ଜଣ ଛାତ୍ରୀ ପ୍ରଶିକ୍ଷିକା ମାନଙ୍କୁ ଏହା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ରଣା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ସଦର ବିଡ଼ିଓ ଶ୍ରୀ ସମରଜିତ କର ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲେଶ୍ଵର ଜିଲାର ବିଶିଷ୍ଟ କବି ଶ୍ରୀ ପ୍ରଶାନ୍ତ ଦାସ ଯୋଗ ଦେଇ ବାଲେଶ୍ୱର ଜିଲ୍ଲାର ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ପ୍ରେରଣା ଦେଇଥିଲେ। ଡକ୍ଟର ସନ୍ତୋଷ କୁମାର ରାଉତ, ଜିଲ୍ଲା ସଂଯୋଜକ ଏହାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ନୋଡାଲ ଅଧିକାରୀ ଶୁଭଶ୍ରୀ ସ୍ୱାଇଁ, ଅନୁପମା ବେହେରା ଏବଂ ଅଧ୍ୟାପକ ଶ୍ରୀ ଅଶୋକ ପ୍ରିୟଦର୍ଶୀ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ। ଅନ୍ୟତମ ନୋଡାଲ ଅଧିକାରୀ ଅସ୍ମିତା ଗୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post