ନିର୍ବାଚନ ସମ୍ବନ୍ଧିୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ପାଟଣାଗଡ ୧୭/୦୨ (ଗଣେଶ ଦାସ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ହରିଶଙ୍କର ସମ୍ମିଳନୀ କକ୍ଷରେ ଏକ ନିର୍ବାଚନ 2024 ସମ୍ମନ୍ଧିୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଶିଯୁକ୍ତ ଅମିତ ନାଏକ (ଆରଓ )ଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ନୋଡାଲ ଅଫିସର, ଡିଏଲଏମଟି, ଏଏଲଏମଟି, ସେକଟର ଅଫିସର, ଇଏମଟି ଙ୍କ ସହିତ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପାଟଣାଗଡ ଶ୍ରୀଯୁକ୍ତ ନାରାୟଣ ଦଣ୍ଡସେନା, ତହସିଲଦାର ପାଟଣାଗଡ ଶ୍ରୀଯୁକ୍ତ ରୁଦ୍ରମୋହନ ନାଏକ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ବେଲପଡା ତହସିଲଦାର ବନ ହରପାଲ, ବେଲପଡା ବିଡ଼ିଓ ରାଜେଶ ମେହେର, ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୂଝାରୀ, ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ମହାରଣା, ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପାଟଣାଗଡ ସଞ୍ଜୀବ କୁମାର ମହାନ୍ତି ଓ ସମସ୍ତ ଉପଖଣ୍ଡ ସ୍ତରୀୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ନିର୍ବାଚନ ସମ୍ମନ୍ଧୀୟ ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମରେ ଇଓ ଏନଏସି ପାଟଣାଗଡ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ପାଟଣାଗଡ ବିଭିନ୍ନ ପ୍ରକାର ଅପରାଧ ଜନିତ ବିଷୟରେ ଆଲୋଚନା କରାଇଥିଲେ । ଆଲୋଚନା ମାଧ୍ୟମରେ ନିର୍ବାଚନକୁ କେମିତି ସୁରୁଖୁରୁରେ କରାଯାଇ ପାରିବ ତହସିଲଦାର ରୁଦ୍ର ମୋହନ ନାଏକ ବୁଝାଇଥିଲେ । ସମସ୍ତେ ସମସ୍ତ ଅଫିସର ମାନଙ୍କୁ ନେଇ କେମିତି ନିର୍ବାଚନ କରାଯାଇ ପାରିବ ତାହାର ବିବରଣୀ ସହ ପ୍ରଦାନ କରିଥିଲେ । ସମସ୍ତ 345 ଟି ବୁଥରେ କେମିତି ନିର୍ବିଘନରେ ନିର୍ବାଚନ କରାଯାଇ ପାରିବ ତାର ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା ।

Post a Comment

Previous Post Next Post