ଭିଜିଲାନ୍ସ ଜାଲରେ କୋମନା ତହସିଲ କାର୍ଯ୍ୟାଲୟ ର ରେଭେନ୍ୟୁ ସୁପରଭାଇଜର୍


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡା ଜିଲ୍ଲା କୋମନା ତହସିଲରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାୟକ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି | ତେବେ ଆର.ଏସ ଅକ୍ଷୟ ନାୟକ କୋମନା ବ୍ଲକ ଅନ୍ତର୍ଗତ ଜଣେ ହିତାଧୂକାରୀଙ୍କ ଠାରୁ ନଗଦ ୧୫ ହଜାର ଟଙ୍କା ଉଦ୍ୟାନବନ୍ଧ ଏସ.ବି.ଆଇ ବ୍ୟାଙ୍କ ସାମ୍ନାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି | ସେହି ହିତାଧୂକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା କରାଇଦେବା ପାଇଁ ଆର.ଏସ ଅକ୍ଷୟ ନାୟକ ନଗଦ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ରହିଛି । ତେବେ ଲାଞ୍ଚ ନେଉଥିବାର ଖବର ପାଇ କୋରାପୁଟ ଭିଜିଲାନ୍ସ ଏକ ସ୍ବତନ୍ତ୍ର ଟିମ ଗଠନ କରି ଆର.ଏସ ଅକ୍ଷୟ ନାୟକଙ୍କୁ ସୋମ‌ବାର ବାର ସନ୍ଧ୍ୟା ୭ ସମୟରେ ଚଢ଼ାଉ କରି ପ୍ରମାଣ ସହିତ ଗିରଫ କରିଛି । ଏହା ସହିତ ଭିଜିଲାନ୍ସ ଟିମ ଅକ୍ଷୟ ନାୟକଙ୍କ ପୈତୃକ ବାସଭବନ, ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ କରି ସମସ୍ତ ତଥ୍ୟ ଓ ସମ୍ପତ୍ତି ଆକଳନ କରୁଛି, ଯାହାକି ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟାର ଅନୁର୍ଭୁକ୍ତ ରହିଛି| କୋରାପୁଟ ଭିଜିଲାନ୍ସ ପୋଲିସ ଷ୍ଟେସନରେ ନମ୍ବର ୫/୨୦୨୪ କେସରେ ଧରା ୭/୨୦୧୮ ରେ ଗିରଫ କରି ତଦନ୍ତ କରୁଛି । କୋରାପୁଟର ଭିଜିଲାନ୍ସ ଟିମ ପ୍ରମୁଖ ଚଢ଼ାଉ ସମୟରେ ଉପସ୍ଥିତ ଥିଲେ ।

Post a Comment

Previous Post Next Post