ହାତିବନ୍ଧା ମିନି ଷ୍ଟାଡିୟମରେ ମାଁ ପାହାର ଭଣ୍ଡାର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ


ନୁଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ମିନି ଷ୍ଟାଡିୟମଠାରେ ରାଜ୍ୟ ସ୍ତରୀୟ ମାଁ ପାହାର ଭଣ୍ଡାର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଶ୍ରୀଯୁକ୍ତ ଅଧିରାଜ୍ ମୋହନ ପାଣିଗ୍ରାହୀ ଯୋଗଦେଇ ହାତିବନ୍ଧା ମିନି ଷ୍ଟାଡିୟମକୁ ଶୁଭ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନୀତ ଅତିଥି ଭାବେ ୧୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ, ହାତିଵନ୍ଧା ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରା, ଶ୍ରୀଯୁକ୍ତ ଛିତ୍ରଭାନୁ ସିଂ ମାଝି, ସିନାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲଳିତ କୁମାର ସୁନାରି, ସିନାପାଲି ସମିତି ସଂଘ ସଭାପତି ଶ୍ରୀଯୁକ୍ତ ମନୀଷ କୁମାର ପଟେଲ,ପୂର୍ବତନ ପି.ଇ.ଟି ଶିକ୍ଷକ ଶ୍ରୀଯୁକ୍ତ ଭରତ ଚନ୍ଦ୍ର କାଣ୍ଡ, ହାତିବନ୍ଧା ହାଇସ୍କୁଲ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ କମଳ ପ୍ରସାଦ ମିଶ୍ର, ସୁରେଶ୍ଵର ମେହେର, ହରିହର ମେହେର, ଶିକ୍ଷକ ରମେଶ ମେହେର, ମଞ୍ଚାଷିନ ଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ଗତ ୧୮ତାରିଖ ଆରମ୍ଭ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଇଥିଲେ l ଏହି ଉଦଯାପନୀ ମ୍ୟାଚ୍ ସୁରେଶ୍ଵରୀ ଫୁଟବଲ୍ ଏକାଡେମୀ ସୋନପୁର ଓ ରାୟପୁର ଦଳ ମଧ୍ୟରେ ହୋଇଥିଲା । ଉକ୍ତ ମ୍ୟାଚ୍ ରେ ଦୁଇ ଦଳ ପକ୍ଷରୁ ୧/୧ ଗୋଲଦେଇ ବରାବର ହୋଇଥିଲେ ପରେ ପେଲାଣ୍ଟୀ ସୁଟ ରେ ରାୟପୁର ଦଳ ୬/୫ ଗୋଲରେ ବିଜୟ ହୋଇଥିଲା ।ଶେଷରେ ବିଜୟୀ ଦଳକୁ ୩୧ ହଜାର ନଗଦ ରାଶି ସହ ଟ୍ରଫି ଓ ପରାଜୟ ଦଳକୁ ମଧ୍ୟ ନଗଦ ୨୧ ହଜାର ରାଶି ଓ ଟ୍ରଫି ପୁରସ୍କାର କରାଯାଇଥିଲା । ଏଥିରେ କମିଟିର ସଭାପତି ତଥା ହାତିବନ୍ଧା ସମିତି ସଭ୍ୟ ଶ୍ରୀଯୁକ୍ତ ସଞ୍ଜୟ ସିଂ ମାଝି, ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୀବ ମିଶ୍ର, ସମ୍ପାଦକ ଶ୍ରୀଯୁକ୍ତ ବିପିନ ମେହେର, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ମିଶ୍ର, କୋଷାଦକ୍ଷ ଶ୍ରୀଯୁକ୍ତ ଚିନ୍ତାମଣି ହଂସ, ମଞ୍ଚ ପରିଚାଳନା କରିଥିଲେ ପଦ୍ମଲୋଚନ ମେହେର, ସ୍କୋରର ପରମେଶ୍ବର ମେହେର, ଖେଳ ପରିଚାଳକ ବିବଚ୍ଛ ମାଝି, ନବୀନ ବିହାରୀ ସରାଫ, ବୈଷ୍ଣବ ତାଣ୍ଡି ଓ ନୀତେଶ ମାଝି କାର୍ଯ୍ୟ ତୁଲାଇଥିଲେ ଓ ଭାସ୍ୟକାର ଭାବରେ ପ୍ରକାଶ ଚନ୍ଦ୍ର ପାତ୍ର, ଭିମରାଜ୍ ତାଣ୍ଡି ଓ ବିଜୟ କୁମାର ସେଠୀ କାର୍ଯ୍ୟ ତୁଲାଇଥିଲେ ।କମିଟିର ରାଜୁ ମେହେର, ରଞ୍ଜନ ମିଶ୍ର,ପ୍ରଶାନ୍ତ ମିଶ୍ର,ଦେବାଶିଷ ମିଶ୍ର, ଡିଙ୍କଳ ମେହେର, ଫି.ଜି.ଓ ମାଧବ ମେହେର, ପ୍ରେମଲାଲ ଧୀବର, ଉପେନ୍ଦ୍ର ବାଗ, ଲୋକନାଥ ବେମାଲ, ଗୁଣନିଧି ବେହେରା, ବସନ୍ତ ବାରିକ, କେଶବ ମାଝି,ରଘୁ ବାଗଙ୍କ ସମେତ ଅନେକ ଲୋକ ସହଯୋଗ କରିଥିଲେ ।

Post a Comment

Previous Post Next Post