କଣ୍ଟାବାଞ୍ଜି ର "ନଜୁଲ" ପଟ୍ଟା ପାଇଥିବା ବର୍ତ୍ତମାନ ସୁଦ୍ଧା ଉକ୍ତ ଘର ଡିହ୍ ଜମି "ରୟତି" ସତ୍ଵ ପରିବର୍ତନ ପାଇଁ ସାମ୍ୱାଦିକ ସମ୍ମିଳନୀ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) ସ୍ୱାଧୀନତା ପୂର୍ବ ରୁ ତତ୍ କାଳୀନ ପାଟଣା ଷ୍ଟେଟ ଠାରୁ ନିଲାମ ରେ ଜମି କ୍ରୟ କରିଥିବା କଣ୍ଟାବାଞ୍ଜି ର "ନଜୁଲ" ପଟ୍ଟା ପାଇଥିବା ବର୍ତ୍ତମାନ ସୁଦ୍ଧା ଉକ୍ତ ଘର ଡିହ୍ ଜମି "ରୟତି" ସତ୍ଵ ପରିବର୍ତନ ହୋଇ ନ ଥିବାରୁ ଅଞ୍ଚଳ ରେ ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଆଜି ତା:୦୪/୦୨/୨୦୨୪ କଣ୍ଟାବାଞ୍ଜି ସ୍ଥିତ ହରି ଭବନ ଠାରେ ପଟ୍ଟା ଦାର ବ୍ୟକ୍ତି ମାନଙ୍କ ର ଏକ ପ୍ରତିନିଧି ମଣ୍ଡଳ ସାମ୍ବାଦିକ ମାନଙ୍କୁ ସାକ୍ଷାତ କରି ଏହି ସମସ୍ୟା ର କାରଣ ଓ ତାହାର ନିରାକରଣ ପାଇଁ ଅବଗତ କରାଇଥିଲେ ।୧୯୪୦-୪୨ ତତ୍ କାଳୀନ ପାଟଣା ଗଡ଼ଜାତ ଷ୍ଟେଟ କଣ୍ଟାବାଞ୍ଜି ସହର କୁ ଏକ ସୁବ୍ୟବସ୍ଥିତ ସହର ସ୍ଥାପନ କରିବା ପାଇଁ କେତେକ ବ୍ୟକ୍ତି ବିଶେଷ ଙ୍କ ର ବ୍ୟକ୍ତିଗତ ମାଲିକାନା ଥିବା ଜମି କୁ ଭୁ ଅର୍ଜନ ଆଇନ ବଳରେ ଅଧିଗ୍ରହଣ କରି ଯୋଜନା ମୁତାବକ ବିଭିନ୍ନ ବ୍ୟକ୍ତି ଙ୍କୁ ନିଲାମ ସୂତ୍ରରେ ରେ ଘର ଡିହ ଦେଇ "ନଜୁଲ" ପଟ୍ଟା ପ୍ରଦାନ କରିଥିଲେ।ସେହି ଦିନ ଠାରୁ ଉଚିତ୍ ମୂଲ୍ୟ ରେ କିଣିଥିବା "ନଜୁଲ" ପଟ୍ଟା ଧାରୀ ବ୍ୟକ୍ତି ମାନେ ସେଠାରେ ତାଙ୍କର ଗୃହ ନିର୍ମାଣ କରି ଉତ୍ତରାଧିକାରୀ କ୍ରମେ ଭୋଗ ଦଖଲ କରି ଆସୁଛନ୍ତି। କିନ୍ତୁ ବିଗତ ୧୯୭୫ ମସିହା ରେ ହୋଇଥିବା ଜମି ବନ୍ଦୋବସ୍ତ ସମୟରେ ଖାତୀୟାନ ରେ ଏହି ସବୁ ଜମି ର ସତ୍ଵ ପଟ୍ଟା ଦାର ବୋଲି ଉଲ୍ଲେଖ କରାଗଲା ଓ ଅନେକ ଜମି କୁ ସରକାରୀ ଖାତା ରେ ତ୍ରୁଟି ପୂର୍ଣ୍ଣ ରୂପେ ଦର୍ଷାଗଲା ଏଥି ଯୋଗୁ "ନଜୁଲ" ପଟ୍ଟା ପାଇଥିବା ବ୍ୟକ୍ତି ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଏହି ସବୁ ଜମି ହସ୍ତାନ୍ତର ,ବନ୍ଧକ ଇତ୍ୟାଦି ରେ ସରକାର କଟକଣା କରୁଥିବାରୁ ଏହା ସହର ର ଭିତ୍ତି ଭୂମି ବିକାଶ ରେ ବାଧା ସୃଷ୍ଟି କରି ଅଞ୍ଚଳ ର ଅନ୍ୟାନ୍ୟ ବିକାଶ ମୂଳକ କାମ ରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ।

"ନଜୁଲ୍" କିସମ ପରି ଖାସମହାଲ୍,ଗ୍ରମକଣ୍ଠ ପରମ୍ବୋକ କିମ୍ବା ଆବାଦୀ ଜମି ରେ ବସବାସ କରୁଥିବା ବ୍ୟକ୍ତି ଙ୍କ ନାମ ରେ ସେହି ଜମି କୁ "ରୟତି" ସତ୍ଵ ରେ ରେକଡ୍ କରିବା ପାଇଁ ଓଡ଼ିଶା ସରକାର ବିଭିନ୍ନ ସମୟରେ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ତଥା ଆବଶ୍ୟକ ସ୍ଥଳରେ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ରେ ମଧ୍ୟ ସଂଶୋଧନ କରିଛନ୍ତି ।କିନ୍ତୁ କେତେକ ପ୍ରଶାସନିକ ଅଧିକାରୀ ନିଜର ସ୍ବାର୍ଥ ସାଧନ ପାଇଁ ଏପରି ଜମି ର "ରୟତି" ସତ୍ଵ ରେକର୍ଡ କରିବା ପ୍ରଣାଳୀ କୁ ଅଧିକ ଜଟିଳ ତଥା ରହସ୍ୟ ମୟ କରୁଛନ୍ତି । ଯାଦ୍ଵାରା ସରକାର ଙ୍କ ମହତ ଉଦ୍ଦେଶ୍ୟ ରେ ସାଧିତ ହୋଇପାରି ନାହିଁ ଓ ଲୋକେ ହତାଶ ନିରାଶ ରେ ହନ୍ତସନ୍ତ ହୋଇ ପ୍ରତିକ୍ରିୟା ଶିଲ ହେବା ଦେଖାଯାଇଛି । ଏଥି ଯୋଗୁ ଲୋକେ ବ୍ୟାପକ ଭ୍ରଷ୍ଟାଚାର ର ଶିକାର ମଧ୍ୟ ହେଉଛନ୍ତି ।ଓଡ଼ିଶାର ଅନେକ ଅଞ୍ଚଳ ରେ ଏହି ପରି ଜମି କୁ ସିରିଖୁରୁ ରେ "ରୟତି" ସତ୍ଵ ରେ ସହଜ ପ୍ରକ୍ରିୟା ଅବଲମ୍ବନ କରି ପରିବର୍ତ୍ତନ ହେଉଥିବା ବେଳେ ତାହା କେତେକ ପ୍ରଶାସନିକ ଅଧିକାରୀ ଙ୍କ ପାଇଁ କଣ୍ଟାବାଞ୍ଜି ର ସତ୍ଵ ରେକର୍ଡ ପରିବର୍ତ୍ତନ ହୋଇପାରୁ ନାହିଁ। 

ଗଞ୍ଜାମ ଜିଲ୍ଲାର ଗ୍ରାମକାଣ୍ଠ ପରମ୍ବୋକ୍ ଜମି ରେ ବସବାସ କରୁଥିବା ଲୋକ ଙ୍କୁ ସେଠିକାର ପ୍ରଶାସନ "ମିଶିନ ମୋଡ" ରେ ସତ୍ଵ ପ୍ରବୁତ୍ଵ ଭାବେ "ରୟତି" ସତ୍ଵ ରେ ରେକର୍ଡ କରିଛନ୍ତି । ସେହି ପରି ହଉସିଂବୋର୍ଡ ଜରିଆରେ ପଟ୍ଟା ଦାର୍ ଲୋକ ଙ୍କ ଜମି କୁ "ରୟତୀ" ସତ୍ଵ ରେ ପରିବର୍ତନ କରିବା କୁ ଆଇନ ରେ ଆବଶ୍ୟକ ପରିବର୍ତ୍ତନ କରିଛନ୍ତି । ପାଟଣା ଷ୍ଟେଟ ଗଡ଼ଜାତ ଆଇନ ରେ ମଧ୍ୟ ଘର ଡିହ ରେ ବସବାସ କରିଥିବା କରୁଥିବା ଲୋକ ଙ୍କୁ ଉଚ୍ଛେଦ ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ପାଟଣା ଷ୍ଟେଟ ୧୯୪୮ ମସିହାରେ ଓଡ଼ିଶାରେ ମିଶ୍ରଣ ହେଲା ପରେ ଏହି ଅଞ୍ଚଳ ର ବହୁ ଜମି ର ସତ୍ଵ ବିବାଦିତ ତଥା ତ୍ରୁଟି ପୂର୍ଣ୍ଣ ରୂପେ ଉଲ୍ଲେଖ କରାଗଲା ଯାହାର ସଂଶୋଧନ କରିବା ନିହାତି ଆବଶ୍ୟକ ଅଟେ। ଏହି ସମସ୍ୟା ର ସରଳ ସମାଧାନ ପାଇଁ ପଟ୍ଟା ଦାର ଜମି ହିତାଧିକାରୀ ଏକ ପ୍ରତିନିଧି ମଣ୍ଡଳ କଣ୍ଟାବାଞ୍ଜି ତହସିଲଦାର , ବଲାଙ୍ଗୀର ଜିଲ୍ଲାପାଲ,RDC ସମ୍ବଲପୁର,ମୁଖ୍ୟମନ୍ତ୍ରୀ ଙ୍କୁ କାର୍ଯ୍ୟାଳୟ ତଥା 5T ସଚିବ କୁ ଦାବି ପତ୍ର ଦେଇ ସରକାର ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରି କଣ୍ଟାବାଞ୍ଜି ସହର ଖତୀୟାନ ରେ ଖାନ ନ ୩ ରେ ଥିବା ପଟ୍ଟା ଦାର ସତ୍ଵ କୁ କଣ୍ଟାବାଞ୍ଜି ର ସମସ୍ତ ପଟ୍ଟା ଦାର ସତ୍ଵ କୁ ବିଲୋପ କରି ତାହା ବଦଳରେ "ରୟତି"ସତ୍ଵ ରେ ରେକର୍ଡ କରିବା ରେ ଦାବି କରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାର ଙ୍କ ତରଫ ରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଏପରି ଯେଉଁ ପଟ୍ଟା ଦାର ବ୍ୟକ୍ତିମାନେ ଏହାର ସତ୍ଵ ପରିବର୍ତ୍ତନ ପାଇଁ ତହସିଲ କୋର୍ଟ ରେ ବ୍ୟକ୍ତିଗତ ଆବେଦନ କରିଛନ୍ତି ତାହାର ମଧ୍ୟ ସମାଧାନ ନ କରି ବିଭିନ୍ନ ଆଳ ଦେଖାଇ ପ୍ରକ୍ରିୟା କୁ ଅଯଥା ଜଟିଳ କରୁଛନ୍ତି। ପ୍ରକାଶ ଥାଉ ଯେ ୧୯୪୨ ମସିହାର ର ନଜୁଲ ପଟ୍ଟା ର ଉଚିତ୍ ରକ୍ଷଣ ବେକ୍ଷଣ ଅଭାବରେ ବଲାଙ୍ଗୀର ରେକର୍ଡ ରୁମ୍ ରେ ଅଧିକାଂଶ ନଷ୍ଟ ହୋଇ ପାଇବା ବା ତାହାର ନକଲ ମଧ୍ୟ ଉପଲବ୍ଧ ନାହିଁ । ସେହି ପରି ବିଗତ ବନ୍ଦୋବସ୍ତ ସମୟରେ କଣ୍ଟାବାଞ୍ଜି ଅଞ୍ଚଳ ର ବନ୍ଦୋବସ୍ତ ରେକର୍ଡ ବନ୍ୟାଜଳରେ ସମ୍ବଲପୁର ବନ୍ଦୋବସ୍ତ ରେକର୍ଡ ରୁମ୍ ରେ ଅଧିକାଂଶ ନଷ୍ଟ ହୋଇଯାଇଛି। ତେଣୁ ଓଡ଼ିଶା ସରକାର ଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତାଙ୍କର ର ପତ୍ର ନ -୭/୦୯/୨୦୧୯ ବଲାଙ୍ଗୀର ଜିଲ୍ଲାପାଲ ଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ରେ ସ୍ପଷ୍ଟ କରିଛନ୍ତି ଯେ ଖତିୟାନ ରେ ଉଲ୍ଲେଖ ଥିବା ନଯୁଳ ଜମି ର ପଟ୍ଟା ଧାରୀ ବ୍ୟକ୍ତି ଙ୍କୁ ଉତ୍ତରାଧିକାରୀ କ୍ରମେ ତାର ଉପଯୁକ୍ତ ମାଲିକାନା ର ପ୍ରମାଣ ରୂପେ ଗ୍ରହଣ କରି ସେହି ପରି ଜମି କୁ ରାୟଟି ସତ୍ତ୍ୱେ ପ୍ରଦାନ କରାଯାଇପାରିବ ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ସରକାର କଣ୍ଟାବାଞ୍ଜି ର ସମସ୍ତ ପଟ୍ଟା ଦାର ସତ୍ଵ ଥିବା ଜମି କୁ ସତ ପ୍ରକୃତ ଭାବେ ଏକ ସାଧାରଣ ବିଜ୍ଞପ୍ତି ଜରିଆରେ ପରିବର୍ତ୍ତନ କରିବା କୁ ଦାବି କରିଛନ୍ତି। ଏହି ଦାବି ପୂରଣ ତଥା ସରକାର ଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଆବଶ୍ୟକ ସ୍ଥଳେ କଣ୍ଟାବାଞ୍ଜି ବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ।ଆଜି ର ଏହି ପ୍ରେସମିଟ ରେ ବରିଷ୍ଠ ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା, ଓକିଲ ସଂଘ ସଭାପତି ସମିମ୍ ଖାନ୍, ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ମୁରାରି ଲାଲ ଅଗ୍ରୱାଲ, କାହୁଁଚରନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ

Post a Comment

Previous Post Next Post