ସୁବର୍ଣ୍ଣପୁର (ଗଣପତି ବାଘ) ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁବର୍ଣ୍ଣପୁର ଗସ୍ତରେ ଆସି ଏହି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ନିକଟବର୍ତ୍ତୀ ଉଲୁଣ୍ଡା ବ୍ଲକ୍ ର ମୁଣ୍ଡଘାଟ ଓ ନାୟକପଡା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପ୍ରାକ୍ ସ୍କୁଲ ଶ୍ରେଣୀର ବାଳକବାଳିକା ମାନଙ୍କ ସହିତ କଥାବାର୍ତ୍ତା ଓ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ସେମାନଙ୍କ ଗ୍ରୋଥ ମନିଟରିଂ କୁ ନିଜେ ପୁନଃ ନିରୀକ୍ଷଣ କରିଥିଲେ । ଏହାସହିତ ଉପସ୍ଥିତ ପରିପୂରକ ପୃଷ୍ଟିକର ଭୋଜନ କାର୍ଯ୍ୟକ୍ରମ ଏବଂ ମମତା ହିତାଧିକାରୀଣୀ ମାନଙ୍କ ସହିତ କଥାବାର୍ତ୍ତା କରି ସରକାରଙ୍କ ଦ୍ଵାରା ପ୍ରଦତ୍ତ ଏହି ମାତୃକଲ୍ୟାଣ ଯୋଜନାର ସୁଫଳ ସେମାନେ କିଭଳି ପାଉଛନ୍ତି ପଚାରି ବୁଝିଥିଲେ । ଏହାପରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଅଧିକାରୀ, ଅଙ୍ଗନବାଡି ସୁପରଭାଇଜର, ଏବଂ ସମନ୍ଵିତ ମହିଳା ଓ ଶିଶୁ ବିକାଶ ଅଧିକାରୀଣୀ ମାନଙ୍କ ଏକ ରିଭ୍ୟୁ ମିଟିଂ କରିଥିଲେ । ଉକ୍ତ ସଭାରେ ଜିଲ୍ଲାପାଳ ଅନ୍ୟା ଦାଶ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନିତା ଗୁରୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ , ଜିଲ୍ଲା ସଂଯୋଜକ (ପୋଷଣ) ସଂଜୀବ କୁମାର ମିଶ୍ର, ଜିଲ୍ଲା ସଂଯୋଜକ (ମମତା) ପ୍ରତାପ କିଶୋର ପ୍ରଧାନ ଏବଂ ସମ୍ପୃକ୍ତ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀମତୀ ବାନାର୍ଜୀ ଏହାପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ରେ ଦକ୍ଷତା ର ସହିତ ଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରିଛନ୍ତି ।

Post a Comment