ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ



ପାଟଣାଗଡ ୨୧/୦୧ (ଗଣେଶ ଦାସ) ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଓମ୍ କଲ୍ୟାଣ  ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି  ।    ସଂଘ ର ରାଜ୍ୟ ସଂପାଦକ   ଶିବାନନ୍ଦ ପରିଚ୍ଛା ଙ୍କୁ ପାଟଣାଗଡ଼  ନିର୍ବାଚନ ମଣ୍ଡଳୀ ର ବିଜେଡି ସମର୍ଥିତ ବିଧାୟକ ପ୍ରାର୍ଥୀ ଭାବେ ଆଗାମୀ ୨୦୨୪  ସାଧାରଣ ନିର୍ବାଚନରେ ଟିକିଟ  ଦେବାକୁ ସାମ୍ୱାଦିକ ସମ୍ମିଳନୀରେ ଦାବୀ କରାଯାଇଛି । ଅନ୍ୟପକ୍ଷରେ  ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ପରିଚ୍ଛାଙ୍କୁ ଟିକିଟ ଦେବାକୁ ଦାବିକରାଯିବ ବୋଲି ସୂଚନା ଦେଇଛନ୍ତି । ଏଥିରେ   ମକାରୁ ପଣ୍ଡା, ନିଲମଣି ବୁଡେକ, ଧ୍ରୁବଚରଣ ଚାନ୍ଦ, ରାଜାରାମ ଦଣ୍ଡସେନା, ସୁରେନ୍ଦ୍ର ବରିହା , ପିତାମ୍ବର ସାହୁ, ମନୋରଞ୍ଜନ ସାହୁ, ଲୋଚନ ବରିହା, ତ୍ରିନାଥ ପୋଢ, ବ୍ରଜରାଜ ପୁରୋହିତ, ପରମେଶ୍ବର ସୁନା , ଶାନ୍ତନୁ କୁମାର ଭୋଇ, ଜଗଦୀଶ ବନଛୋର, ଜୟସିଂ ନାଏକ, ଅଶୋକ ଦଣ୍ଡସେନା, ବିକାଶ କୁମାର ଭୋଇ,ଦଳ ଛତ୍ରିଆ,ବରଞ୍ଚି ବର୍ଗତ୍ତି, ପ୍ରହଲ୍ଲାଦ ମୁଦୁଲି,ବଳ ଧରୁଆ କୌଲାଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post