୨୫ରେ ଉମାକାନ୍ତ ରାଧିକା ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର


ବାଲେଶ୍ୱର,୨୧/୧(ଲକ୍ଷ୍ମୀଧର ବାରିକ): ସୋର ବ୍ଲକ ସାଜନପୁର ପଞ୍ଚାୟତର ଶିରାପୁର ଗ୍ରାମର ଉମାକାନ୍ତ ରାଧିକା ଫାଉଣ୍ଡେସନର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ ଉପଲକ୍ଷେ ଆସନ୍ତା ୨୫ତାରିଖ ରେ ଏକ ରକ୍ତଦାନ ଶିବିର ସମ୍ବାଦ ଓଡ଼ିଶା ସହଯୋଗରେ ସ୍ଥାନୀୟ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ। ୨୫ରେ ଜିଲ୍ଲା ସ୍ତରୀୟ ଦିବା ରାତ୍ର ଭଲିବଲ୍ ଟ୍ରୁନାମେଣ୍ଟ, ୨୬ରେ ଗଣ ଦୌଡ଼ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ପାଇଁ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଫାଉଣ୍ଡେସନର ସଭାପତି ରୂପମ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଦେଷ୍ଠା ଅଜିତ କୁମାର ନାୟକ, ସମ୍ପାଦକ ରଞ୍ଜିତ ବେହେରା, କିରଣ ରାଉତ, ପୁଣ୍ୟଶ୍ଲୋକ ରାଉତ, ପ୍ରୀତମ ବେହେରା, ଜ୍ଞାନରଞ୍ଜନ ବେହେରା, ପ୍ରାର୍ଥସାରଥି ପ୍ରାମାଣିକ, ଜ୍ୟୋତି ପ୍ରକାଶ ଦୀକ୍ଷିତ, ଗୌରାଙ୍ଗ ନାୟକ, ଅବିନାଶ ବେଜ, ଜୀବନ ଦାସ,ତାପସ କୁମାର ପାତ୍ର, ସନ୍ତୋଷ କୁମାର ନାୟକ, ସୋର ସମ୍ବାଦ ପ୍ରତିନିଧି ଅଭୟ ପତ୍ରୀ ଉପସ୍ଥିତି ରହି ଶିବିରକୁ ସଫଳତା ପାଇଁ ଆଲୋଚନା କରିଥିଲେ। ଶିବିର ସକାଳ ୧୦ଟାରେ ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବା ପାଇଁ ଆୟୋଜକ ପକ୍ଷରୁ ନିବେଦନ କରିଛନ୍ତି। ଅଧିକ ଜାଣିବା ପାଇଁ ୯୭୭୮୩୭୬୪୪୧, ୮୯୧୭୪୧୯୫୪୯/୭୦୦୮୪୩୪୧୬୯ରେ ଯୋଗାଯୋଗ କରି ପାରିବେ।

Post a Comment

Previous Post Next Post