ବୀର ସୁରେନ୍ଦ୍ର ସାଏ ଓ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ



ଖପ୍ରାଖୋଲ ୨୩/୦୧ (ଗଣେଶ ଦାସ) ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଘୁନସର ଠାରେ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଦିବସରେ ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଐଶ୍ଵର୍ଯ୍ୟ ଶେଖର ଦେବତା ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହାପୁରୁଷ ଦ୍ବୟଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ, ଧୂପ ଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଏହି ଦିବସରେ ମୁଖ୍ୟଅତିଥି ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ନେତାଜୀ ତଥା ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ନିଜ ଉଦବୋଧନ ମାଧ୍ୟମରେ କହିଥିଲେ । ଏହି ପବିତ୍ର ତିଥିରେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷୟତ୍ରି ଝରଣା କର ଓ ଧନ୍ୟବାଦ୍ ଦେଇଥିଲେ ଶିକ୍ଷୟତ୍ରୀ ଦିପାଞ୍ଜଳି ପ୍ରଧାନ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଗୌର ମାଝୀ, ଉସତ ଗଡତିଆ, ରଥଗୁରୁ, କୃଷ୍ଣଧର ପାତ୍ର, କିରାଣୀ କାହ୍ନୁଚରଣ ସାହୁ, ପିଅନ ଦୁର୍ଯ୍ୟୋଧନ ସାହୁ, ଅଲେଖ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post