ନୁଆପଡ଼ା (ପରମେଶ୍ବର ମେହେର) ନୁଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ବାଲିଖମାର ଖେଳ ପଡିଆରେ"ମହାକୁର ସିଂ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୪" ଉଦ୍ଯାପିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟ ବାଲିଖମାର "ମା ଦୁଆର ସେନି କ୍ରିକେଟ କ୍ଳବ" ଦ୍ଵାରା ଆୟୋଜନ କରାଯାଇଥିଲା।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଵର୍ଗତ ମହାକୁର ସିଂ ମାଝୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆୟୋଜନ କରାଯାଏ। ଶ୍ରୀମାଝୀଏହି ଅଞ୍ଚଳର ପ୍ରଥମ ଉଚ୍ଚଶିକ୍ଷିତ ଭାବରେ ପରିଗଣିତ ହେଉଥିଲେ ଓ ସେ କଟକ ରେଭେନ୍ସା ମହାବିଦ୍ୟାଲୟ ରୁ ଡିଗ୍ରୀ ହାସଲ କରିଥିଲେ। ସେ ବିଭିନ୍ନ ପଦପଦବୀରେ ନିର୍ବାଚିତ ହୋଇ ଏହି ଅଞ୍ଚଳର ବିଭିନ୍ନ ସମସ୍ୟାକୁନେଇ ସରକାରଙ୍କ ପାଖରେ ଉତ୍ଥାପନ କରି ସମସ୍ୟାର ସମାଧାନ କରୁଥିଲେ।ସେ ଜଣେ ଏହି ଅଞ୍ଚଳର ବିଶିଷ୍ଟ ସମାଜସେବୀ, ଲୋକପ୍ରିୟ ନେତା, ଓ ଜଣେ ଭଲ କ୍ରିଡା ବିତ ଥିଲେ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବରେ ଭଗତ ରାମ ମାଝୀ ଏସଡିସି ଚ୍ଯାରମେନ, ଅନୁସୂୟା କୁମ୍ଭାର କୋମନା ବ୍ଲକ ଚ୍ଯାରମେନ, କାଲିଆ ପ୍ରଧାନ ସିଆଲଲଟି ସରପଞ୍ଚ, ବିଦ୍ୟସିଂ ମାଝୀ, ରୁଦ୍ର ସିଂ ମାଝୀ, ଗୁପ୍ତେଶ୍ଵର କୁମ୍ଭାର ସମାଜସେବୀ, ଭାନୁ ପ୍ରତାପ ସିଂ ମାଝୀ ଜିଲ୍ଲା ଆଦିବାସୀ ସଂଘ ସଭାପତି, କମଲେସ ସିଂ ଠାକୁର, କପାଟ ମାଝୀ, ମନସାଏ ଧରୁଆ ଓ ହଲଧର ଧରୁଆ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଫାଇନାଲରେ ବଞ୍ଜାରୀଦଳ ଓ ବାଲିଖମାର ଦଳ ମଧ୍ୟରେ ଖେଳ ହୋଇଥିଲା। ବଞ୍ଜାରୀ ଦଳ ବିଜେତା ହୋଇ ୧୮୦୦୦ଟଙ୍କା ପୁରସ୍କୃତ ହୋଇଥିବା ବେଲେ ବାଲିଖମାର ଦଳ ୨ୟ ସ୍ଥାନ ଅଧିକାର କରି ୧୨୦୦୦ଟଙ୍କା ପୁରଷ୍କୃତ ହୋଇଥିଲା। ମେନଅଫ ଦି ସିରିଜ ଉଦିତ ମାଝୀ ଥିବାବେଳେ ମେନଅଫ ଦି ମ୍ୟାଚ ରେ ଧରମ ରହିଥିଲେ।ବାଲିଖମାର ମା ଦୁଆରସେନି କ୍ରିକେଟ କ୍ଲବର ସଦଶ୍ୟମାନେ -ଅଜିତ ମାଝୀ ସଭାପତି ତଥା ସ୍ଵର୍ଗତ ମହାକୁର ସିଂ ମାଝୀଙ୍କ ସୁପୁତ୍ର, ଉଜଲ ସିଂ ମାଝୀ ସଂପାଦକ, ଜ୍ଞାନେଶ୍ଵର ମାଝୀ ଆଦିବାସୀ ସଂଘ କୋମନା ବ୍ଲକ ସଭାପତି, ମାଧବ ମାଝୀ, ଉଦିତ ମାଝୀ, ଦିଗବିଜୟ ମାଝୀ, ହେମରାଜ ମାଝୀ, ଦୁସ୍ମନ୍ତ ମାଝୀ, ଅରୁଣମାଝୀ, ପ୍ରେମ ସିଂ ମାଝୀ, କିଶୋର ମାଝୀ, ହବିନ ମାଝୀ, ନିଲାମ୍ବର ମାଝୀ, ଦିନେଶ ମାଝୀ, ବିଶ୍ଵନାଥ ମାଝୀ, ରାଜେନ୍ଦ୍ର ମାଝୀ ଓ ଅନ୍ୟାନ୍ୟ ମାନେ ସହଯୋଗ କରିଥିଲେ।

Post a Comment