ଏ ଯେ ୫୦୦ ବର୍ଷର ସଂଗ୍ରାମ
ଭାରତ ଭୂଖଣ୍ଡେ ତ୍ରେତୟାରେ ଜନ୍ମ
ପ୍ରଣାମ ଶ୍ରୀରାମଙ୍କ ପାଦପଦ୍ମ ||
ପ୍ରକମ୍ପିତ ଏ ସାରା ଅଯୋଧ୍ୟା ମାଟି
ସିୟାରାମ ଜୟରାମ ଧ୍ୱନିରେ
କଳିଯୁଗ କାଳିମାର ହେବ ଅନ୍ତ
ଅଯୋଧ୍ୟା ମାଟି ପାଣି ପବନରେ ||
କେତେ ବିବାଦ ଲିଭିଛି କାଳ ସ୍ରୋତେ
ଆସ୍ଥା ଓ ବିଶ୍ୱାସର ଏ ବିଜୟ
ଭକ୍ତକୁ ସ୍ବାଗତ ଏ ଅଯୋଧ୍ୟା ଧାମ
ଚାଲ ସଭିଏଁ ନେବା ରାମ ନାମ ||
ବେଦରୁ ଲମ୍ବିଛି ବୈଦିକ ସଂସ୍କୃତି
ଶିଖେଇଚି ବିଶ୍ବ ହିନ୍ଦୁତ୍ୱ ସାର
ଭାବରେ ରଖିବ ଯଦି ଭକ୍ତି ଭାବ
ପ୍ରାପତ ହେବ ଶ୍ରୀରାମଙ୍କ ବର ||
ରାମ ରାଜ୍ୟର ହେବ ପ୍ରାଣ ପ୍ରତିଷ୍ଠା
ସନ୍ତାନର ଲୁହ ସଦା ପୋଛିବ
ନବ ପ୍ରଭାତ ଯେ ହେବ ପଲ୍ଲବିତ
ଭବ୍ୟମୟ ଶ୍ରୀରାମ ଆବିର୍ଭାବ ||
ତ୍ରିନାଥ ପଟ୍ଟନାୟକ
(ଯୁବ ଅଧ୍ୟାପକ ତଥା କବି)
ଗ୍ରାମ:ଗାନ୍ଧୀ ନଗର
ପୋ:/ଜିଲ୍ଲା:କୋରାପୁଟ
ମୋ:9438362172
Post a Comment