ଓଡ଼ିଶା ମଧ୍ୟାହ୍ନ ଭୋଜନ ସହାୟିକା ସଂଘ ବୈଠକ ଅନୁଷ୍ଠିତ


ନୂଆପଡ଼ା : (ପ୍ରମେଶ୍ୱର ମେହେର)  ଖଡ଼ିଆଳ ଇନ୍ଦ୍ରନଗର ସ୍ଥିତ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ଅଫିସରେ ଧନମତି ଖରସେଲ ଙ୍କ ନେତୃତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଧନେଶ୍ଵର ବନ୍ଧିଛୋର ସଭାପତିତ୍ବ କରିଥିଲେ, ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ, ନୂଆପଡ଼ା ର ମୁଖ୍ୟ ଟୁଲୁ ବାବୁ ଓ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରାଜ୍ୟ ସାଧାରଣ ସମ୍ପାଦିକା ଇଶାନି ଷଡ଼ଙ୍ଗୀ ତାଙ୍କର ଦାବି ଉପରେ ଆମୂଳଚୁଳ ଭାବରେ ଆଲୋଚନା ହୋଇଥିଲା, ଜିଲ୍ଲାରେ ୨୮ ମାସର ବକେୟା ଭତ୍ତା ରୁ ହୋଇଥିବା ଓ PM ପୋଷଣ ଯୋଜନା Training ର ବକେୟା ପ୍ରାପ୍ତରୁ ବଞ୍ଚିତ ହୋଇଥିବା ପାଚିକା ସହାୟିକା ମାନଙ୍କୁ ଯଥାଶୀଘ୍ର ପାଇବା ପାଇଁ ପ୍ରତିଶୃତି ଦେଇଥିଲେ, ଆସନ୍ତା ଫେବୃୟାରୀ ୧୬ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ପାଚିକା ମାନଙ୍କର ନିରାପତ୍ତା. ୪୫ ତମ ଓ ୪୬ତମ ଶ୍ରମ ସମ୍ମିଳନୀରେ ସୁପାରିଶ କୁ Labour Law ରେ ପରିଣତ କରି କାର୍ଯ୍ୟକାରୀ କରିବା ଏବଂ ସର୍ବନିମ୍ନ ମଜୁରୀ ୨୬୦୦୦ ହଜାର ଭତ୍ତା ଟଙ୍କା, ବିଦ୍ୟାଳୟରେ ସରକାରି ମାନ୍ୟତା, ବର୍ଷକୁ ଦୁଇଖଣ୍ଡ ଶାଢ଼ୀ,୧୨ ମାସର ବକେୟା ଦରମା, କେରଳ ରାଜ୍ୟରେ ୧୪୦୦୦ ହଜାର ପାଉଥିବା ବେଲେ ଆମ ରାଜ୍ୟର ସରକାର ଓ କେନ୍ଦ୍ର ସରକାର କାହିଁକି ବଞ୍ଚିତ କରୁଛନ୍ତି ସେଥିପାଇଁ ପାଇଁ ୧୬ ଫେବୃଆରୀ ଓଡ଼ିଶାର ମଧ୍ୟାହ୍ନ ଭୋଜନ କର୍ମଚାରୀମାନେ ରୋଷେଇ ବନ୍ଦ କରି MP ମାନଙ୍କର ମାଧ୍ୟମରେ କେନ୍ଦ୍ରସରକାରଙ୍କୁ ଦାବିପତ୍ର ଦେବେ ଏବଂ ଫେବୃଆରୀ ୨୪ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାନ ଘେରାଉ କରାଯିବା. AITUC ୟୁନିଅନ ନୂଆପଡ଼ା ଜିଲ୍ଲାର ୪ ଗୋଟି ବ୍ଳକରେ ଯଥା - ସିନାପାଲି, ଖଡ଼ିଆଳ, କୋମନା ଓ ନୂଆପଡ଼ା ବ୍ଲକର ପ୍ରତ୍ୟେକ ବିଦ୍ୟାଳୟରେ ଆମ୍ଭେ ରୋଷେଇ କରି AITUC Union ନୂଆପଡ଼ା ଜିଲ୍ଲା କମିଟିରେ ସାମିଲ ହୋଇଥିଲୁ । କିନ୍ତୁ AITUC Union ନୂଆପଡ଼ା ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଆମ ପାଚିକା ମାନଙ୍କୁ ମନ ଇଛା ପଇସା ମାଗି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ପୋଲିସ୍ କେସକରି ଆମର ପାଚିକା ସହାୟିକା ମାନଙ୍କୁ ବହୁତ ହଁ ଇରାଣ ହରକତ କରି ମାନସିକ, ଶାରିରୀକ ନିର୍ଯ୍ୟାତନା ଦେଇ ଆମକୁ ବାରମ୍ବାର ରାତ୍ରି ୧୧, ୧୨ ଟା ସମୟରେ ଫୋନ କରି ଧମକ ଦେବାରୁ ଆମେ ସମସ୍ତେ ବିଚଳିତ ହୋଇ ଭୟରେ ରହୁଥିଲୁ କିନ୍ତୁ ଆମ୍ଭେମାନେ ନିଷ୍ପତ୍ତି ନେଇଛୁ AITUC Union ଛାଡ଼ିଦେଇ ନୂଆପଡ଼ା CITU union ଜିଲ୍ଲା କମିଟିରେ ସାମିଲ ହେବାପାଇଁ ଲିଖିତ ହିସାବରେ ଜଣାଉଛୁା ।

Post a Comment

Previous Post Next Post