ଶିଶୁ ବିକାଶ ବିଦ୍ୟା ମନ୍ଦିର ସହଦେବଖୁଣ୍ଟା ର ପଞ୍ଚମ ବାର୍ଷିକ କ୍ରୀଡା ଉତ୍ସବ ପାଳିତ


ଆଜତକ୍ ଓଡ଼ିଶା : ପୁରୀ ସରସ୍ୱତୀ ଆବାସିକ ଶିଶୁ ବିକାଶ ବିଦ୍ୟା ମନ୍ଦିର ସହଦେବଖୁଣ୍ଟା ରେ ,ତା ୧୬/୦୧/୨୪ରିଖ ମଂଗଳବାରରୁ ତା ୧୭/୦୧/୨୪ ରିଖ ବୁଧବାର ଦୁଇଦିନ ଧରି ୫ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନୀ ଦିବସ ଅବସରରେ ମୁଖ୍ଯ ବକ୍ତା ଶ୍ରୀଯୁକ୍ତ ରାକେଶ ସାହା ଏବଂ ମୁଖ୍ଯ ଅତିଥି ଶ୍ରୀଯୁକ୍ତ ଲଲିତ ନାରାୟଣ ଦାସ (ଡେପୁଟି ପରିଚାଳକ ,ଟାଟା ପାୱାର) ଦୀପ ପ୍ରଜ୍ବଳନ ପୂର୍ବକ କ୍ରୀଡା ପତାକା ଉତ୍ତୋଳନ କରିଥିଲେ ଏବଂ ପିଲାମାନଙ୍କୁ ଭୟ ନାମକ ଶତୃକୁ ଭୁଲି ଜ୍ଞାନ ନାମକ ବନ୍ଧୁକୁ ଆପଣାଇବାର ବାର୍ତ୍ତା ଦେଇ ପିଲାମାନଙ୍କୁ କ୍ରୀଡା ପ୍ରତି ଉତ୍ସାହିତ କରିଥିଲେ ଏବଂ କ୍ରୀଡା ପ୍ରତିଯୋଗିତାର ଚ୍ୟାମ୍ପିୟନକୁ ପୁରସ୍କାର ଦେବାର ପ୍ରତିଶ୍ରୁତି ଦେଇଥିଲେ ।

ତତପରେ ବିଦ୍ୟା ମନ୍ଦିରର କ୍ରୀଡା ଦାୟିତ୍ୱରେ ଥିବା ଆଚାର୍ଯ୍ୟ ପୂର୍ଣଚନ୍ଦ୍ର ଜେନାଙ୍କ ତତ୍ତ୍ବାବଧାନରେ ଖୁବ୍ ସୁନ୍ଦର ଭାବରେ କ୍ରୀଡା ପ୍ରତିଯୋଗିତା ହୋଇଥିଲା ଏବଂ ଉଦ୍ଜାପନୀ ଉତ୍ସବରେ ମୁଖ୍ଯ ଅତିଥି ସବିତା ସାହୁ, (ଚେୟାରମ୍ୟାନ, ବାଲେଶ୍ୱର, ମୁନିସିପାଲିଟି) ତଥା ମୁଖ୍ଯ ବକ୍ତା ମମତା ମହାପାତ୍ର, (ସମାଜସେବୀ, ସଂପାଦକ ଯୋଗ ଶ୍ରୀ,ଯୋଗ ନାରୀ) ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଦେବାଶିଷ ସାହୁ(ୱାର୍ଡ୍ ୨୨ ନଂ) ,ଏବଂ ଶ୍ରୀଯୁକ୍ତ ରାକେଶ ସାହା ଉପସ୍ଥିତିରେ ବିଦ୍ୟା ମନ୍ଦିରରେ ଦୀପ ପ୍ରଜ୍ବଳନ ପୂର୍ବକ ପତାକା ଅବତରଣ କାର୍ୟ୍ଯ କରାଯାଇଥିଲା ଏବଂ ମୁଖ୍ଯ ଅତିଥି ଓ ମୁଖ୍ଯ ବକ୍ତା କ୍ରୀଡା ସଂପର୍କିତ ବିଭିନ୍ନ କଥା ଉଦାହରଣ ମାଧ୍ୟମରେ ପିଲାମାନଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ତତ୍ ସହିତ ଶ୍ରୀଯୁକ୍ତ ରାକେଶ ସାହା ଏବଂ ଲଲିତ ନାରାୟଣ ଦାସ, (ଡେପୁଟି ପରିଚାଳକ, ଟାଟା ପାୱାର) ଙ୍କ ତରଫରୁ ବିଦ୍ୟା ମନ୍ଦିରର କ୍ରୀଡା ପ୍ରତିଯୋଗିତାରେ କ୍ରୁତୀ ହାସଲ କରିଥିବା ଚ୍ୟାମ୍ପିୟନ ମାନଂକୁ ପୁରସ୍କାର ବିତରଣ କରିଥିଲେ। କ୍ରୁତୀ ହାସଲ କରିଥିବା ଛାତ୍ରଛାତ୍ରୀ ହେଉଛନ୍ତି ଶ୍ରୀଧର ବେହେରା, ତ୍ରୁପ୍ତିରେଖା ମୁର୍ମୁ, ସସ୍ମିତା ଦାସ। ଉକ୍ତ ଉତ୍ସବକୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସଂପାଦକ ଜିତେନ୍ଦ୍ର ପ୍ରହରାଜ, ସଭାପତି ଚନ୍ଦନ ଗିରି ଏବଂ ପ୍ରଧାନ ଆଚାର୍ଯ୍ୟ ରଶ୍ମିକାନ୍ତ ପଣ୍ଡା ଓ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟା ଗାୟତ୍ରୀ ପ୍ରହରାଜ, ପୂର୍ଣ୍ଣଚନ୍ଦ୍ର ଜେନା, ସାବିତ୍ରୀ ପାକଳ, ଶିଖା ବର୍ଧନ, କବିତା ପ୍ରଧାନ, ବବିତା ପ୍ରଧାନ, ପୂଜା ପାତ୍ର, ଚନ୍ଦନ ଦାସ, ଦିବ୍ୟ ରଞନ ଜେନା, ଶ୍ରେଷ୍ଠା ମାଇତି ମିଳିମିଶି କାର୍ୟ୍ଯକ୍ରମଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ।

Post a Comment

Previous Post Next Post