କୋରାପୁଟ (ଆଜତକ୍ ଓଡ଼ିଶା) : ଶ୍ରୀମନ୍ଦିର ଲୋକାର୍ପଣ ପ୍ରକଳ୍ପ ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଏକ କବିତା ଆସର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ସଂସଦ ପକ୍ଷରୁ କବିତା ଶୀର୍ଷକ "ଶ୍ରୀମନ୍ଦିର ବେଢା ପରିକ୍ରମା ମହୋତ୍ସବ" ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ବହୁ କବି ଏବଂ କବୟିତ୍ରୀ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଅଛି । ଏହି କ୍ରମରେ ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ନିଜର ସୃଷ୍ଟି ବାଢିଥିବା ଦେଖିବାକୁ ମିଳିଅଛି । ଏହି ଅବସରରେ କୋରାପୁଟର ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ସମ୍ମାନ ସନନ୍ଦପତ୍ର ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଆସରରେ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ସମ୍ପାଦକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ବେହେରା, ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶିବ ସେଠୀ, ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା, ସହ ସମ୍ପାଦିକା ଶ୍ରୀମତୀ ଅରୁନ୍ଧତୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ଯୁବ କବି ତଥା ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ଯୁବ କବି ତ୍ରିନାଥଙ୍କ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିବା ଦେଖିବାକୁ ମିଳିଅଛି ।

Post a Comment