କୋରାପୁଟ : (ଆଜତକ୍ ଓଡ଼ିଶା) ଆସନ୍ତା ୨୨ ଜାନୁଆରୀ ରେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଠାରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ମହା ଆଡମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି । ସେହି ଉପଲକ୍ଷେ କୋରାପୁଟ ଜିଲ୍ଲା ସମସ୍ତ ଗ୍ରାମରେ ପ୍ରତ୍ୟେକ ପରିବାର କୁ ଅକ୍ଷତ, ନିମନ୍ତ୍ରଣ ପତ୍ର ଓ ଶ୍ରୀରାମ ମନ୍ଦିର ଫୋଟୋ ବଣ୍ଟନ କାର୍ଯ୍ୟରେ ରାମଭକ୍ତ ମାନେ ଘରକୁ ଘର ବୁଲି ରାମ କାର୍ଯ୍ୟ ରେ ଲାଗି ପଡିଛନ୍ତି, ଫଳ ରେ ପୁରପଲ୍ଲୀ ଠୁ ଆରମ୍ଭ କରି ଭକ୍ତିଭାବ ରେ ଗାଁ ଦାଣ୍ଡ ଉଛୁଳି ପଡୁଛି ।ଜାନୁଆରୀ ୨୨ ତାରିଖ ଦିନ ୧୧ ଘଟିକା ଠାରୁ ପତ୍ୟେକ ଗ୍ରାମରେ ମନ୍ଦିର, ପୂଜା ସ୍ଥାନ ରେ ହନୁମାନ ଚାଳିଶା ପାଠ,ରାମ ତାରକ ମନ୍ତ୍ର ପାଠ, ନାମ ସଂକୀର୍ତ୍ତନ ପ୍ରଭୃତି କାର୍ଯ୍ୟକ୍ରମ କରିବା ଏବଂ ସନ୍ଧ୍ୟା ସମୟରେ ପ୍ରତ୍ୟେକ ପରିବାର ୫ ଟି ଦୀପ ଜଳାଇ ରାମ ଜ୍ୟୋତି ସହ ଦୀପାବଳୀ ଉତ୍ସବ ପାଳନ ପାଇଁ ସ୍ଥିର କରାଯାଇଛି। ନିମନ୍ତ୍ରଣ ପତ୍ର ପ୍ରଦାନ ଆସନ୍ତା ୨୧ ଜାନୁଆରୀ ପର୍ଯ୍ୟନ୍ତ କରାଯିବ । କୋରାପୁଟ ପୂଜାରୀପୁଟ, ହୋଉସିଂ ବୋର୍ଡ, କଳାନିକେତନ ଛକ , ଜାନିଗୁଡା, ଭାଣ୍ଡି ସାହି, ସୁନାରି ସାହି, ଗାନ୍ଧୀ ନଗର,ଧୋବାସାହି, କହ୍ନେଇପୁଟ,ଲାଣ୍ଡିଗୁଡା, ଟିକିରାସାହି, ପୁଚିଲା ସାହି, ମସ୍ତୀପୁଟ ଗ୍ରାମ ପଞ୍ଚାୟତ ଆଦି ବିଭିନ୍ନ ସ୍ଥାନରେ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯିବ ନେଇ କୋରାପୁଟ ହିନ୍ଦୁ ପରିଷଦ କମିଟି ପକ୍ଷରୁ ସୂଚନା ମିଳିଅଛି ।

Post a Comment