ଜାତୀୟ ଯୁବ ସପ୍ତାହ ପାଳନ


ଉଲୁଣ୍ଡା (ଆଜତକ୍ ଓଡ଼ିଶା) ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଆଜି ଉଲୁଣ୍ଡା ବ୍ଲକ ର ବାଘପାଲି ଗ୍ରାମରେ "ସଚେତନତା ଦିବସ" ପାଳିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର,ସୋନପୁର ଓ ଚନ୍ଦ୍ରମଣି ଦାସ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ।ଏହି ଅବସରରେ କିଭଳି ଭାବରେ ଯୁବ ବର୍ଗ ସଚେତନ ରହିବେ ବୋଲି ମତ ରଖିଥିଲେ ପରିବେଶସୁରକ୍ଷା, ବୃକ୍ଷ ରୋପଣ,ଜଳ ସୁରକ୍ଷା, ବନ୍ୟ ପ୍ରାଣୀ ସୁରକ୍ଷା, ବାଲ୍ୟ ବିବାହ, ସ୍ବଚ୍ଛତା ,ଶିଶୁ ଶ୍ରମିକ ଉଚ୍ଛେଦ ପ୍ରତି ସର୍ବବା ସଚେତନ ରହିବା ଆମର ପରମ କର୍ତ୍ତବ୍ୟ ଅଟେ।

ସଚେତନା ଏକ ପ୍ରଶ୍ନ ଉତ୍ତର କାର୍ଯକ୍ରମ ହୋଇଥିଲା ଏଥିରେ ପ୍ରଥମ ସ୍ଥାନରେ ବଳରାମ ଦନାୟକ୍ ଦ୍ୱିତୀୟ ସ୍ଥାନରେ ଶୁକଦେବ ପ୍ରଧାନ ତୃତୀୟ ସ୍ଥାନରେ ବିଶ୍ଵାମିତ୍ରଥାଟି।ସ୍ଵଚ୍ଛାସେବୀ ହୃଷୀକେଶ ଦେହେରି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ମଞ୍ଚ ପରିଚାଳନା ସମ୍ପାଦକ ହିମାଂଶୁ ପ୍ରଧାନ କରିଥିଲେ।ଏହି ଅବସରରେ ସ୍ଵେଚ୍ଛାସେବୀ ଧବଳେଶ୍ଵର ଭୁକ୍ତା ତତ୍ତ୍ୱାବଧାନରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚନ୍ଦ୍ରମଣି ଦାସ ଯୁବକ ସଂଘ ସମସ୍ତ ସଦସ୍ୟ ସଂପୂର୍ଣ୍ଣ ଭାବେ ସହଯୋଗ କରି ସଫଳ କରିଥିଲେ। ଶେଷରେ ସଭାପତି ପଦ୍ମଲୋଚନ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।

Post a Comment

Previous Post Next Post