ପ୍ରେସ କ୍ଲବ ପକ୍ଷରୁ କଣ୍ଟାବାଞ୍ଜିରେ ଜାତୀୟ ପ୍ରେସ ଦିବସ ପାଳନ


କଣ୍ଟାବାଞ୍ଜି , ୧୬/୧୧ (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ପ୍ରେସ କ୍ଲବ ଅଫିସରେ ଜାତୀୟ ପ୍ରେସ ଦିବସ ପାଳନ କରଯାଇଥିଲା । ଏହି ଅବସରରେ ସାମ୍ବାଦିକତା ଉପରେ ଆଲୋଚନା କରଯାଇଥିଲା । ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରେସ କ୍ଲବ ଧନ୍ୟବାଦ ଦେଇଥିଲା । ଆଗାମୀ ଦିନରେ ଏହି ରାଶି ୧୦ ଲକ୍ଷ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ କଡାକଡି କରିବାକୁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବ ମତ ପ୍ରକାଶ ପାଇଥିଲା । ଆସନ୍ତା ୨୪ ତାରିଖ ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ହରିଭବନ ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର , ପ୍ରେସ କ୍ଲବର ନିଜସ୍ୱ ଭବନ ନିର୍ମାଣ ଉପରେ ମଧ୍ୟ ଆଲୋଚନା କରଯାଇଥିଲା । କାର୍ଯ୍ୟକାରି ସଭାପତି ସୁରଦାସ ବାଗ , ଉପସଭାପତି ମନୋଜ ଶର୍ମା , ସହ-ସଂପାଦକ ବିସିକେଶନ ମାଝି , କୋଷାଧକ୍ଷ କମଳଜିତ ସିଂ ମଖିଜା, ପରାମର୍ଶଦାତା ଦୁର୍ଗାପ୍ରସାଦ ଗୁପ୍ତା , ଆନନ୍ଦ ମୋଟେ , ଆଶିଷ ଖୈତାନ , ସଦସ୍ୟ କମଳ ଅଗ୍ରୱାଲ , ଶୈଳେନ୍ଦ୍ର ଜୈନ , ଅମିତ ଶର୍ମା , ଦେବେଶ ଶିଂଘଲ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post