କଣ୍ଟାବାଞ୍ଜି ୧୪/୧୧ (ଆଜତକ୍ ଓଡ଼ିଶା) ପବିତ୍ର ଶିଶୁ ଦିବସ ଅବସରରେ ନିର୍ଝରିଣୀ ତରଫରୁ ଓଡ଼ିଆ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ହରିଭବନ ଠାରେ ଏକ ଭବ୍ୟ ଅଭିନନ୍ଦନ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଥିଲା।ନିର୍ଝରିଣୀର ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଈଶ୍ବର ଚନ୍ଦ୍ର ଖମାରୀ,ସମ୍ମାନିତ ଅତିଥି ଭାବରେ ଶ୍ରୀ ମାଧବଚନ୍ଦ୍ର ମହାନନ୍ଦ, ଶ୍ରୀ ସଞ୍ଜୟ ଅଗ୍ରୱାଲ, ସମ୍ପାଦକ ଅଗ୍ରୱାଲ ସଭା ଟ୍ରଷ୍ଟ ଯୋଗଦେଇଥିଲେ।ସର୍ବ ପ୍ରଥମେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଶିଶୁ ଜ୍ୟୋତି ସିଂ ମାଝୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ତାପରେ ଶ୍ରୀ ଷଡ଼ଙ୍ଗୀଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଥିଲା।ନିର୍ଝରିଣୀର ସଂପାଦକ ଶ୍ରୀ ବିରଂଚି ନାରାୟଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ, ଡ.ନାରାୟଣ ମିଶ୍ର ସଭା ସଂଯୋଜନା ଓ ସହସମ୍ପାଦିକା ଅଞ୍ଜଳି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।ଉପସ୍ଥିତ ସାହିତ୍ୟ ପ୍ରେମୀ ଜ୍ୟୋତି ପ୍ରକାଶ ଗଡତ୍ୟା,ସୁଶ୍ରୀ ସବିତା ଭୋଇ,ବ୍ରଜଶ୍ୟାମ ଗୁରୁ, ଶେଷଦେବ ପୁଟେଲ,ଅଶୋକ ଦାସ, ମନୋଜ ଦାସ, ଥମିର ଛତ୍ରିଆ,କୁଞ୍ଜ ବିହାରୀ ବେହେରା,ଶ୍ୟାମ ସୁନ୍ଦର ଗୁରୁ, ଦୀପକ ମହାପାତ୍ର,ଆଦି ନିଜ ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ମମତା ପଣ୍ଡା, ନିରୁପମା ମିଶ୍ର, ସୁଜାତା ଧରୁଆ, ଲାବଣ୍ୟବତୀ ଧରୁଆ, ଧନସିଂ ମାଝୀ, ଦୀନବନ୍ଧୁ ବଗର୍ତ୍ତୀ, ପ୍ରେମ ବାଗ,ନିତ୍ୟାନନ୍ଦ ବେହେରା,ନରେନ୍ଦ୍ର ସୁନା, କୈଳାସ ଦୀପ,ସୂର୍ଯ୍ୟକାନ୍ତ ରଣା, ଅନୀଲ ନାଗ,ଲଳିତ ନାଗ,ଯୁବରାଜ ମେହେର ଆଦି ଯୋଗ ଦେଇଥିଲେ।

Post a Comment