ବାଲେଶ୍ୱର,୧୪/୧୧(ଲକ୍ଷ୍ମୀଧର ବାରିକ): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଏବଂ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ସକାଳ ଘ. ୧୧ ଟା ସମୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ସଂକ୍ରାନ୍ତୀୟ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ମନ୍ଦରଧର ମହାଳିକ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଦ୍ୟୁତଲତା ମହାପାତ୍ର ଉଦ୍ଘାଟନୀ ସଭାରେ ମଞ୍ଚାସୀନ ହୋଇ ନିଜର ମତ ରଖିଥିଲେ । କ୍ଷେତ୍ର କର୍ମଚାରୀଙ୍କ ଦକ୍ଷତା ଓ ଯୋଗ୍ୟତା ବୃଦ୍ଧି କରିବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ଅଧିବାସୀମାନଙ୍କର ଅଧିକାର ତଥା ସୁରକ୍ଷାକୁ ସୁନିଶ୍ଚିତ କରିବା ହେଉଛି ଏହି ଶିବିରର ମୂଳ ଉଦ୍ଦେଶ୍ୟ । ଏହି ସଭାରେ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ ସମସ୍ୟାର ସମାଧାନ ସକାଶେ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର (ଜଙ୍ଗଲ ଅଧିକାର ଅଧିନିୟମ) ୨୦୦୬ ର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଥିଲା । "ମୋ ଜଙ୍ଗଲ ଜମି ଯୋଜନା" ଅନ୍ତର୍ଗତ ସମସ୍ତ ଯୋଗ୍ୟ ଆବେଦନକାରୀ, ଅତି ଆପଦଗ୍ରସ୍ତ ଜନଜାତି ତଥା ଏକାକିନୀ ମହିଳାଙ୍କୁ ଜମି ପଟ୍ଟା ଯୋଗାଇ ଦେବା, ସମସ୍ତ ଯୋଗ୍ୟ ଗ୍ରାମଗୁଡିକୁ ଗୋଷ୍ଠିଗତ ଭୂ-ଅଧିକାର ପ୍ରଦାନ କରିବା, ଗୋଷ୍ଠିଗତ ଜଙ୍ଗଲ ସମ୍ପଦ ପରିଚାଳନା ଓ ସୁରକ୍ଷା କମିଟି ଗଠନ କରି ଗ୍ରାମବାସୀଙ୍କୁ ଭୂ-ଅଧିକାର ଆଇନ ସମ୍ପର୍କରେ ସଚେତନ କରାଇବା, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଜୀବନ ଜୀବିକା ତଥା ସାମାଜିକ ସୁରକ୍ଷାମୂଳକ କାର୍ଯ୍ୟକ୍ରମ ଗୁଡିକର ଏକତ୍ରୀକରଣ ଦ୍ୱାରା ସ୍ୱତ୍ତ୍ୱଧାରୀଙ୍କ ଜୀବନ ନିର୍ବାହ ସୁବ୍ୟବସ୍ଥିତ କରାଇବା, ଜମି ରେକର୍ଡଗୁଡିକର ସଂଶୋଧନ ପୂର୍ବକ ସମସ୍ତ ସ୍ୱତ୍ତ୍ୱଧାରୀଙ୍କୁ ଜମି ପଟ୍ଟା ବିତରଣ ସୁନିଶ୍ଚିତ କରାଇବା, ଚିହ୍ନିତ ମାତ୍ର ସର୍ବେକ୍ଷଣ ହୋଇନଥିବା ଜଙ୍ଗଲ ଓ ଶୂନ୍ୟ-କ୍ଷେତ୍ରଫଳ-ଦର୍ଶିତ ଗ୍ରାମଗୁଡିକୁ ରାଜସ୍ବ ଗ୍ରାମରେ ପରିବର୍ତ୍ତିତ କରି ସମସ୍ତ ପରିବାରକୁ ସାଧାରଣ ମୌଳିକ ସୁବିଧା ଯୋଗାଇ ଦେବା ସହ ସମସ୍ତ ହିତାଧିକାରୀଙ୍କ ଅଭିକଳକ (ଡାଟାବେସ୍) ପ୍ରସ୍ତୁତ କରିବା ଉପରେ ଏହି ଶିବିରରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନିମନ୍ତେ ଆବଶ୍ୟକ ମାନବ ସମ୍ବଳ ନିୟୋଜନ କରାଯାଇଛି । ଜଙ୍ଗଲ ଅଧିକାର ସ୍ୱୀକୃତି ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଏହି ଅଧିକାରୀମାନେ ତହସିଲ, ଜିଲ୍ଲା ଓ ରାଜ୍ୟ ସ୍ତରରେ କାର୍ଯ୍ୟ କରିବେ । ଉକ୍ତ ଶିବିରରେ ବିଭିନ୍ନ ବ୍ଲକର ତହସିଲଦାର, ବନ ବିଭାଗ ଅଧିକାରୀ, ଉପଖଣ୍ଡ ଓ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀ, ପଞ୍ଚାୟତ ସମିତି ସଦସ୍ୟ ଏବଂ ସଦସ୍ୟା ଓ ଆଦିବାସୀ କଲ୍ୟାଣ ଅଧିକାରୀ ଯୋଗ ଦେଇଥିଲେ ।

Post a Comment