ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରରେ ଶିଶୁ ଦିବସ ପାଳିତ


ଖପ୍ରାଖୋଲ : ୧୪/୧୧ (ଗଣେଶ ଦାସ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଐଶର୍ଯ୍ୟ ଶେଖର ଦେବତାଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇ ଯାଇଛି ।। ଏହି ଅବସରରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବିକାଶ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ।ମୁଖ୍ୟ ବକ୍ତା ଭାବରେ ବିଦ୍ୟାଳୟର ଉପଦେଷ୍ଟା ମାୟାଧର ସାହୁ ଯୋଗ ଦେଇ ନିଜ ବକ୍ତ୍ୟବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ା ସହିତ ବିଦ୍ୟାଳୟ ସ୍ତରୀୟ ସମସ୍ତ କାର୍ଯ୍ୟକ୍ରମରେ ଆଗଭର ହୋଇ ଅଂଶ ଗ୍ରହଣ କରିବାକୁ ଉପଦେଶ ଦେଇଥିଲେ । ଶିଶୁ ଦିବସ ପାଳନ ପରେ ବିଦ୍ୟାଳୟର ପ୍ରାୟୋଜିତ କାର୍ଯ୍ୟକ୍ରମ "ବିଦ୍ୟାବାନ ଭଵଃ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦେବତା "ବେଷ୍ଟ ସ୍ଟଡେଣ୍ଟ ଅଫ ଦି ମଂଥ "ପାଇଁ ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ସୁଦେସ୍ନା ପଧାନ ଓ ନବମ ଶ୍ରେଣୀର ଛାତ୍ର ଶ୍ରୀ ପିୟୁଷ ସାହୁଙ୍କୁ ପୁରସ୍କାର ସହିତ ମାନପତ୍ର ଦେଇଥିଲେ । ପରେ ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଉସତ ଗଡତ୍ୟା, ଗୌର ମାଝୀ, ଝରଣା କର, ରଥ ଗୁରୁ, କାନ୍ହୁ ଚରଣ ସାହୁ,କୃଷ୍ଣଧର ପାତ୍ର, ଡୋଳାମଣି ପଧାନ, ଦୁର୍ଯ୍ୟୋଧନ ସାହୁ, ଅଲେଖ ସ୍ୱାଇଁ, ରମେଶ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post