ବାଲେଶ୍ୱର,୫/୧୧(ଲକ୍ଷ୍ମୀଧର ବାରିକ): ବାଲେଶ୍ୱର ସିପିଇ ଚାପ୍ଟର ଅଫ୍ ଇଆଇଆର୍ସି ଅଫ୍ ଆଇସିଏଆଇ ସହଯୋଗରେ ପ୍ରଥମକରି ବାଲେଶ୍ବରରେ ଏକ ପରୀକ୍ଷା କେନ୍ଦ୍ର ଚଳିତ ବର୍ଷ ପାଇଁ ଶ୍ରୀ ସତ୍ୟସାଇ ବିଦ୍ୟାବିହାର ଠାରେ ଖୋଲାଯାଇଛି। ଉତ୍ତରଓଡ଼ିଶା ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ପ୍ରାୟ ୯୦ ଛାତ୍ରଛାତ୍ରୀ ଏଠାରେ ପରୀକ୍ଷା ଦେବାର ସୁଯୋଗ ଲାଭ କରିଛନ୍ତି। ଏହି ପରୀକ୍ଷା ପାଇଁ ଆଗରୁ ଛାତ୍ରଛାତ୍ରୀ କଲିକତା, ଭୁବନେଶ୍ବର ସହିତ ଅନ୍ୟ ସ୍ଥାନକୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡ଼ୁଥିଲା। କିନ୍ତୁ ଏବେ ଆଉ ଛାତ୍ରଛାତ୍ରୀ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏହି ପରୀକ୍ଷା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହେଉଥିବା ବେଳେ ମେ’ ଓ ନଭେମ୍ବର ମାସରେ ମଧ୍ୟମା ଏବଂ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଚଳିତ ମାସ ନଭେମ୍ବର ୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମଧ୍ୟମା ଓ ବାର୍ଷିକ ପରୀକ୍ଷା ଦେଉଛନ୍ତି। ଫାଉଣ୍ଡେସନ୍ ପରୀକ୍ଷା ଚଳିତ ବର୍ଷ ଡିସେମ୍ବର ୩୧ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଏହି ପରୀକ୍ଷା ପାଇଁ ସଂଗଠନରୁ ପ୍ରତିଦିନ ଜଣେ ଲେଖାଏଁ ଚାଟାର୍ଡ ଆକାଉଟାଣ୍ଟଙ୍କୁ ନିୟୋଜିତ କରାଯିବ। ଚଳିତ ବର୍ଷ ପରୀକ୍ଷା ପାଇଁ ଚାଟାର୍ଡ ଆକାଉଟାଣ୍ଟ ସୁଶାନ୍ତ ମଣ୍ଡଳଙ୍କୁ ପରୀକ୍ଷା କୋଡିନେଟର ଭାବେ ନିୟୋଜିତ କରାଯାଇଛି। ବାଲେଶ୍ୱରରେ ଏହି ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିପାରିଥିବାରୁ ସଂଗଠନର ଆବାହକ ଚାଟାର୍ଡ ଆକାଉଟାଣ୍ଟ କମଲେଶ ପାଲା, ଚାପ୍ଟରର ସଭ୍ୟ ଚାଟାର୍ଡ ଆକାଉଟାଣ୍ଟ ପ୍ରଦୀପ୍ତ କୁମାର ପଣ୍ଡା, ଉମାକାନ୍ତ ମିଶ୍ର ଏବଂ ଅନ୍ୟ ପ୍ରତିଷ୍ଠିତ ଚାଟାର୍ଡ ଆକାଉଟାଣ୍ଟଙ୍କ ଉଦ୍ୟମକୁ ବାଲେଶ୍ୱରବାସୀ ପ୍ରଶଂସା କରିଛନ୍ତି। ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ଅଧ୍ୟକ୍ଷ ଦାମୋଦର ନାୟକଙ୍କ ସହଯୋଗ ମଧ୍ୟ ଅଭିନନ୍ଦନୀୟ ବୋଲି କୁହାଯାଇଛି। ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
ଚାଟାର୍ଡ ଆକାଉଟାଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମକରି ବାଲେଶ୍ବରରେ ଖୋଲିଲା ପରୀକ୍ଷା କେନ୍ଦ୍ର
ଆଜତକ ଓଡ଼ିଶା
0
Post a Comment