ବାଲେଶ୍ବର, ୫/୧୧(ଲକ୍ଷ୍ମୀଧର ବାରିକ): ବାଲେଶ୍ବର ଜିଲ୍ଲା କ୍ରୀଡ଼ାସଂଘ ଆନୁକୂଲ୍ୟରେ ଜିଲ୍ଲା ପୁରୁଷ ଭଲିବଲ୍ ପ୍ରତିଯୋଗିତା ପରମିଟ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ସଭାରେ କ୍ରୀଡ଼ାସଂଘର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର ସଭାପତିତ୍ବ କରିଥିଲେ। ଜିଲ୍ଲା କ୍ରୀଡ଼ାସଂଘର ସାଧାରଣ ସମ୍ପାଦକ ଅଧୀପ ଦାସ ପ୍ରାରମ୍ଭିକ ଭାଷଣରେ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲା କ୍ରୀଡ଼ାସଂଘ ଦ୍ବାରା ବିଭିନ୍ନ କ୍ରୀଡ଼ାର ଉନ୍ନତି କଳ୍ପେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସିଦ୍ଧି ବିନାୟକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ତା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତାରୁ ଭଲ ଖେଳାଳିଙ୍କୁ ଚୟନ କରାଯାଇ କନ୍ଧମାଳ ଠାରେ ହେବାକୁ ଥିବା ଅନ୍ତଃଜିଲ୍ଲା ସିନିଅର ଭଲିବଲ୍ ପ୍ରତିଯୋଗିତାରେ ବାଲେଶ୍ବର ଜିଲ୍ଲା ତରଫରୁ ପ୍ରତିନିଧିତ୍ବ କରିବେ। ଧନଞୟ ତ୍ରିପାଠୀ, କମଳାକାନ୍ତ ବେହେରା, ଚାରୁ ଚନ୍ଦ୍ର ନାୟକ, ମାନସ ରଂଜନ ମିଶ୍ର, କାମିନୀକାନ୍ତ ଜେନା, ରବୀନ୍ଦ୍ର ନାଥ ଖଟୁଆ, ହିମାଦ୍ରୀ ମଣ୍ତଳ, ଅବିନାଶ ଜେନା, ରଂଜନ କୁମାର ସାହୁ, ବସୁମତୀ ଭୂୟାଁ ଖେଳ ପରିଚାଳନାରେ ନିୟୋଜିତ ଅଛନ୍ତି। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଦୁବୁଲାଗଡ଼ି ଓ ବାଲିଆପାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବାଲିଆପାଳ ଦଳ ଦୁବୁଲାଗଡ଼ି ଦଳକୁ ୨-୦ ରେ ହରାଇ ବିଜୟୀ ହୋଇଥିଲା। ଉଦ୍ଘାଟନ ସମୟରେ ଜିଲ୍ଲା କ୍ରୀଡ଼ାସଂଘର ଯୁଗ୍ମ ସମ୍ପାଦକ( ଭଲିବଲ୍) ଜନ୍ମେଜୟ ଦେ, ପଦ୍ମଲୋଚନ ଲେଙ୍କା, ଜଗଦୀଶ ବେହେରା, ଅମର କୁମାର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ନାୟକ, ସଂଜୟ ଲେଙ୍କା, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାନ୍ତି, ସୁଜୟ କୁମାର ଆଚାର୍ଯ୍ୟ, ପ୍ରଦୀପ କୁମାର ଦାସ, ନିମାଇ ଚରଣ ରାଉତରାୟ, ସୁକାନ୍ତ ନାୟକ, ପୂର୍ଣ୍ଣଚନ୍ଦ୍ର ଜେନା, ଚିତରଂଜନ ପାଶା, ହରେନ ଚନ୍ଦ୍ର ରଣା, ରବିନ ମିତ୍ର, ସୁଜୟ ନାୟକଙ୍କ ସମେତ ଜିଲ୍ଲା କ୍ରୀଡ଼ାସଂଘର ସମସ୍ତ କର୍ମକର୍ତ୍ତା ଓ ଦର୍ଶକ ଉପସ୍ଥିତ ହୋଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Post a Comment