- ଚଟୁଅନକା ଅଙ୍ଗେନଭାଡ଼ି କେନ୍ଦ୍ର ଅସୁରକ୍ଷିତ
- ଯଥା ଶୀଘ୍ର ନୂତନ ଅଙ୍ଗେନଭାଡ଼ି କୋଠା ନିର୍ମାଣ ପାଇଁ ଦାବି
କଣ୍ଟାବାଞ୍ଜି, (ଆଜତକ୍ ଓଡ଼ିଶା) ଅଙ୍ଗନବାଡ଼ି ଶିଶୁଙ୍କ ବିକାଶ ପାଇଁ ଅନେକ ଯୋଜନା ଚାଲିଛି। ଏସବୁ ଯୋଜନା ବାସ୍ତବରେ ସବୁ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଯା'ଦ୍ବାରା ଅନେକ ସ୍ଥାନରେ ଶିଶୁମାନେ ବିପଜ୍ଜନକ ପରିସ୍ଥିତିରେ ଅସୁରକ୍ଷିତ ଭାବେ ଘର ଦୁଆର ମୁହଁ ଛାଡ଼ି ନିଜ ଭବିଷ୍ୟତକୁ ଉଜ୍ଜ୍ବଳ କରିବା ଆଶାରେ ଅଙ୍ଗନବାଡ଼ିକୁ ଆସୁଛନ୍ତି। ଏଭଳି ଶିଶୁଙ୍କ ଜୀବନ ବିପଦ ମୁହଁରେ ଥିବା ଦେଖିବାକୁ ମିଳିଛି ତୁରେକେଲା ବ୍ଲକ ଚଟୁଅନକା ପଞ୍ଚାୟତ ଚଟୁଅନକା ଗାଁ ଅଙ୍ଗନବାଡ଼ି କେନ୍ଦ୍ର (ଖ) | ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ୩୯ ଜଣ ଛାତ୍ରଛାତ୍ରୀ ଆସିଥାନ୍ତି। ୨୦ ବର୍ଷରୁ ଉର୍ଦ୍ଧ୍ଵ ହେଲା ଏହି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇଥିଲା। ଧୀରେ ଧୀରେ ଅଙ୍ଗନବାଡ଼ି କେନ୍ଦ୍ର କୋଠାଟି ନଷ୍ଟ ହେବାରେ ଲାଗିଲା ଏବଂ ଛାତ୍ରଛାତ୍ରୀ ପାଠ ପଢୁଥିବା ସମୟରେ ସିମେଣ୍ଟ ଅତଡ଼ା ମଧ୍ୟ ପଡ଼ୁଥିଲା। ପିଲାମାନଙ୍କ ଉପରେ କେତେ ବେଳେ ବି ଛାତ ପଡିବା ଉପରେ ଥିଲା ସେହିସବୁବିପଦ ମୁହଁକୁ ଦେଖ୍ ଶେଷରେ ଅଙ୍ଗନବାଡ଼ି କେନ୍ଦ୍ର ଛାଡି ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ପିଲାମାନଙ୍କୁ ନେଇ ଗାଁ ପହରୀ ମଣ୍ଡପରେ ରଖ୍ ପାଠ ପଢୁଛନ୍ତି | ରୋଷେଇ ଗୃହ ନଥିବା ଯୋଗୁଁ ବାଧ୍ୟ ହୋଇ ଖୋଲା ଆକାଶ ତଳେ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେବାକୁ ପଡ଼ିଥିଲା। ବର୍ଷା ଦିନ ଆସି ବା ପରେ ଅନେକଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥି ଦେଖିବାକୁ ମିଳିଥିଲା । ଅଙ୍ଗେନଭାଡ଼ି କେନ୍ଦ୍ର (ଖ) ଠାରୁ ପାଞ୍ଚଶହ ମିଟର ଦୂରରେ ଥିବା ମାଝୀପଡ଼ା କମ୍ୟୁନେଟି ସେଣ୍ଟର ଠାରେ ବର୍ତମାନ ପାଠ ପଢ଼ାଚଳିଛି। କିଛି ଦିନ ଆଗରୁ ଏହି ସେଣ୍ଟର୍ ରୁ ତାଲା ଫାଡ଼ି ଏକ ଚାଉଳ ବସ୍ତା ଚୋରି ହୋଇଥିବା ଅଭିଯୋଗ କରିଥିଲେ ଅଙ୍ଗେନଭାଡ଼ି କର୍ମୀ ଏହାର କିଛି ଦିନ ପରେ ଅଙ୍ଗେନଭାଡ଼ି କେନ୍ଦ୍ର (ଖ) ର ତାଲା ଭାଙ୍ଗି ଥିବା ଦେଖିବା କୁ ମିଳିଥିଲା ହେଲେ କୌଣସି ଜିନିଷ ପତ୍ର ଚୋରି ହୋଇନଥିବା ଜଣାପଡିଛି । ଚାରିମାସ ପୁର୍ବରୁ ସ୍ଥାନୀୟ ଲୋକେ ଲିସ୍ତୃତ ଭାବେ ପ୍ରଶାସନିକ ଅଧିକାରୀଙ୍କୁ ନୂତନ କୋଠା ନିର୍ମାଣ ପାଇଁ ଦାବିପତ୍ର ଦେଇଛନ୍ତି। ହେଲେ ଆଜିଯାଏ କୌଣସି ସୁଫଳ ମିଳିନାହିଁ। ତୁରେକେଲା ସିଡିପିଓ ମାଧୁରୀ ହୋତା କହିଥିଲେ, ଏହି ସମସ୍ୟା ପ୍ରତି ସେ ଅବଗତ ଅଛନ୍ତି, ସରକାରଙ୍କୁ ଏନେଇ ରିପୋର୍ଟ ପ୍ରଦାନ କରାଯାଇଛି। ସେଠାରୁ ଅନୁମତି ହେବା ପରେ ନୂଆ କୋଠା ନିର୍ମାଣ କରାଯିବ। ତେବେ, ଯଥାଶୀଘ୍ର ପ୍ରଶାସନ ଏହି ଅଙ୍ଗନବାଡ଼ି କୋଠାଟିକୁ ନିର୍ମାଣ କରିବାରେ ପଦକ୍ଷେପ ନେବାକୁ ଦାବି ହେଉଛି।
Post a Comment