ଜାତୀୟ ପ୍ରେସ ଦିବସ : ଓୟୂଜେ ର ଚୂଡାନ୍ତ ପ୍ରସ୍ତୁତି ବୈଠକ

ବାଲେଶ୍ୱର,୧୩/୧୧ (ଲକ୍ଷ୍ମୀଧର ବାରିକ) ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଆଗାମୀ ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲ୍ଲା ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ସଦର ବ୍ଲକ୍ ସଂଯୋଜକ ଅଜିତ କୁମାର ମହାନ୍ତି, ଟାଉନ ସଂଯୋଜକ ହାଇଦର ଖାନ, ବରିଷ୍ଟ ସଦସ୍ୟ ଅଧିପ କୁମାର ଜେନା, କଳିଙ୍ଗ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ବାଲେଶ୍ବର ଷ୍ଟେସନ କ୍ଳବ୍ ପରିସରରେ ଅପରାହ୍ନ ୧୧ଟା ୩୦ମିନିଟ ସମୟରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ନିବେଦନ କରାଯାଇଛି। ଏହି ବୈଠକରେ ସାମ୍ବାଦିକ ସୁରକ୍ଷା ଓ ସାମାଜିକ ନିରାପତ୍ତା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନାମ ଚରଣ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

Post a Comment

Previous Post Next Post