ଦିଗପହଣ୍ଡି ୧୫/୧୧ (ଆଜତକ୍ ଓଡ଼ିଶା) ବିଶ୍ବମଧୁମେହଦିବସରେ ଦିଗପହଣ୍ଡି ଥାନା ରୋଡ଼ ସ୍ଥିତ ଗଜାନନ ଆୟୁର୍ବେଦ ଔଷଧାଳୟ ପରିସରରେ ଶ୍ରୀ ଧନ୍ବନ୍ତରୀ ଆୟୁର୍ବେଦ ହର୍ବାଲସ୍ ଆନୁକୁଲ୍ୟରେ ଏକ ମଧୁମେହ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ଖେମୁଣ୍ଡି ଓକିଲ ସଂଘର ବରେଣ୍ୟ ସଭାପତି ଲକ୍ଷ୍ମୀନାରାୟଣ ପାଢ଼ୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଖେମୁଣ୍ଡି କଲେଜର ପ୍ରାଧ୍ୟାପକ ଭାଇସ୍ ପ୍ରିନ୍ସିପାଲ୍ ପ୍ରତାପ ଚନ୍ଦ୍ର ପାଢ଼ୀ ମୂଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଇଂଜିନିୟର ସାହେବ ମହାଙ୍କୁଡ଼ ଯୋଗଦେଇଥିଲେ। ଗଜାନନ ଆୟୁର୍ବେଦ ଔଷଧାଳୟ ର ପ୍ରତିଷ୍ଠାତା ତଥା ପ୍ରାକୃତିକ ଚିକିତ୍ସକ କବିରାଜ ବଦ୍ୟଶ୍ରୀ ଗଜାନନ ତ୍ରିପାଠୀ ସମସ୍ତ ଶିବିରାର୍ଥିଙ୍କୁ ମଧୁମେହ ପ୍ରପିଡ଼ିତ ମାନେ ଆତଙ୍କିତ ନହୋଇ ନିଜକୁ ପ୍ରାକୃତିକ ଉପାୟରେ ସୁରକ୍ଷିତ ରହିବା ହେତୁ ପରାମର୍ଶ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଶ୍ରୀ ଧନ୍ବନ୍ତରୀ ହର୍ବାଲସ୍ ର ଓଡ଼ିଶା ମୂଖ୍ୟ ଦୀପକ କୁମାର ପୃଷ୍ଟି ମଧୁମେହ ପରୀକ୍ଷା ନିରୀକ୍ଷା କରାଯିବାରେ ସମସ୍ତ ସହଯୋଗ କରିଥିବା ବେଳେ ପିଣ୍ଟୁ ବାବୁ ବ୍ରହ୍ମପୁର ମୂଖ୍ୟ ଶ୍ରୀ ଧନ୍ବନ୍ତରୀ ହର୍ବାଲସ୍ ପରିଚାଳନା କରିଥିଲେ। ୩୦ ରୁ ଉର୍ଦ୍ଦ ପୂର୍ବରୁ ପଞ୍ଜିକୃତ ବ୍ୟକ୍ତି ବିଶେଷ ଶିବିରକୁ ସମ୍ମାନର ସହିତ ଯୋଗଦେଇ ନିଜନିଜର ମଧୁମେହ ପରୀକ୍ଷା ନିରୀକ୍ଷା କରାଇଥିଲେ।

Post a Comment