ନାରାୟଣପୁରରେ ଉଦଯାପିତ ହେଲା "ଆମ ପ୍ରତିଭା ଆୱାର୍ଡ଼ ସିଜିନ୍ - ୪"


ବାଲିଆପାଳ,୨୯/୧୦ (ପ୍ରଭାକର ମଲ୍ଲିକ) ବାଲିଆପାଳ ବ୍ଲକ୍ ବେତଗଡ଼ିଆ ପଞ୍ଚାୟତ ନାରାୟଣପୁର ଗ୍ରାମରେ ଜଗତ ଜନନୀ ମା' ଦୁର୍ଗା ଙ୍କ ପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ତିନିଦିନ ଧରି"ଆମ ପ୍ରତିଭା ଆୱାର୍ଡ଼ ସିଜିନ୍ - ୪" ଅନୁଷ୍ଠିତ ହୋଇ ଶୁକ୍ରବାର ଉଦଯାପନୀ ଉତ୍ସବରେ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଡେପୁଟି କଲେକ୍ଟର ଡକ୍ଟର ଦୟାସିନ୍ଧୁ ପରିଡାଙ୍କ ସଭାପତିତ୍ବରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ଯକାରୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସୁବାସିନୀ ଜେନା ଯୋଗଦେଇ ମା' ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ସଭିଙ୍କ ସୁଖ ସମୃଦ୍ଧି କାମନା କରି ଅଞ୍ଚଳ ବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ମୁଖ୍ୟ ବକ୍ତା ଭାବେ ବାଲିଆପାଳ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ତା ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ବେତଗଡ଼ିଆ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ଗିରି,ପ୍ରତାପପୁର ସରପଞ୍ଚ କସ୍ତୁରୀବାଳା ପାତ୍ର,ପୂର୍ବତନ ସରପଞ୍ଚ କମଳ ଲୋଚନ କର ପ୍ରମୁଖ ଯୋଗଦେଇ ଥିଲେ ।ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତାର ଅଂଶଗ୍ରହଣ କରିଥିବା କୃତି ପ୍ରତିଭା ମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀମତୀ ଜେନା ପୁରସ୍କୃତ କରିଥିଲେ , ଆମ ପ୍ରତିଭା ପରିବାର କମିଟି ର   
ଗୟାରାମ ଗଙ୍ଗାଇ , ବିନୋଦ ବିହାରୀ ହାଜିରା, ୱାର୍ଡ଼ ସଦସ୍ୟ ନିତ୍ୟାନନ୍ଦ ପରିଡା, ଅରୁଣ କୁମାର ପରିଡା,ଶ୍ରୀହରି ଦାସ, ବିଶ୍ବନାଥ ପରିଡା, ଭାଗବତ ହାଜିରା, ଅକ୍ଷୟ ଦାସ , ବିଜୁ ହାଜିରା, ନାଟୁ ପରିଡା ପ୍ରମୁଖ କମିଟିର ସଦସ୍ୟମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post