ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାରି ମୃତ ତିନି ଗୁରୁତର


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ରାଜପୁର ଏବଂ ଝିର୍ଣିଖୋଲ ମଧ୍ୟବର୍ତ୍ତୀ ବିଜୁ ଏକ୍ସପ୍ରେସ ରାସ୍ତାରେ ବିଳମ୍ବିତ ରାତ୍ରିରେ ଦୁଇ ବାଇକ୍ ମଧ୍ୟରେ ମିହାମୁହି ଧକ୍କା।ସୂଚନା ଯୋଗ୍ୟ ଯେ OD26 D6603 ଏବଂ OD26 F0611 ଦୁଇଟି ସିଡି ଦିଉଲକ୍ସ ବାଇକ୍ ମଧ୍ୟରେ ଭୂଲ୍ ରାସ୍ତାରେ ଗାଡ଼ି ଚାଳନା କରୁଥିବା ଯୋଗୁଁ ଧକ୍କା ହେବା ଫଳରେ ଚାରି ମୃତ ଓ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ଟି ଏତେ ଗୁରୁତର ଥିଲା ଯେ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ।ଏମିତିକି ଦୁର୍ଘଟଣା ସ୍ଥଳରେ ଦୁଇଟି ବାଇକ୍ ର ଚକ ଭାଙ୍ଗି ଯାଇଥିବା ବେଳେ,ଗାଡ଼ିର ବିଭିନ୍ନ ଅଂଶ ଭାଙ୍ଗିଯାଇ ଛିଟିକି ପଡ଼ିଛି।ମୃତ ବ୍ୟକ୍ତି ମାନଙ୍କ ମଧ୍ୟରେ ରୋହିତ କୁମାର ମାଝି ଭଇଁସାଦାନି, ପିଙ୍କୁ ମାଝି,ଧିମନ୍ତ ମାଝି କମଲାମାଲ, ହେମାନନ୍ଦ ମାଝି ଭିମାପଦର୍। ସେହିଭଳି ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ର ମାଝି,ସାଗର ମାଝି, ମୋହନ ମାଝି ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରେରଣା କରାଯାଇଅଛି।ଏଭଳି ଛାତିଥରା ଦୃଶ୍ୟ ବୋଡ଼େନ ଅଞ୍ଚଳରେ ଶୋକର ବାତାବରଣ ଖେଲାଇଦେଇଛି।

Post a Comment

Previous Post Next Post