ଧୁମ୍ ଧାମରେ ପାଳିତ ହେଲା ବିଜୟା ଦଶମୀଦିନ ବିଶେଷ ଆକର୍ଷଣ ରାବଣ ପୋଡି, (ଟିମନପୁର୍)


ନୂଆପଡ଼ା (ପରମେଶ୍ବର ମେହେର) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଟିମନପୁର ରେ ୧୨ତମ ବିଜୟ ଦଶମୀ ଧୁମ୍ ଧାମରେ ମୁଖ୍ୟ ଆକର୍ଷଣ ରାବନ ପୋଡି ପାଳିତ ହୋଇଯାଇଛି , ଏହି ବିଜୟା ଦଶମୀ ଦିନ ଆଖ ପାଖ ଉପାନ୍ତ ଅଞ୍ଚଳର ସିନାପାଲି, ସିଂଘଝର ନିଲଜି, ଟିମନପୁର, ଓ ବୋଡ଼େନ ବ୍ଲକ ର ବିରେଶ୍ କେଳା, ବୋଡ଼େନ, ଖଇରା ଠାନେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ରାତ୍ରୀ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ମାନ ପରିବେଷିତ ହୋଇଥିଲା । ଏହି ଉସବରେ ପୁଜା,କମିଟି ର (ସଭାପତି)ମୁକେଶ ଦଣ୍ଡସେନା, ମୁଖ୍ୟଅତିଥି ,ମନ୍ଦାକିନି ବଘେଲ,ସମ୍ମାନିତ ଅତିଥି, ସୌଦାଗର ସାହୁ, କେନ୍ଦୁମୁଣ୍ଡା ସରପଞ୍ଚ ମଦନ ଦଣ୍ଡସେନା, ଟିମନ୍ ପୁର ସରପଞ୍ଚ ବୈକୁଣ୍ଠ ଦଣ୍ଡସେନା, ଭଗତ୍ ମେହେର, ସୁଭନାରାୟନ୍ ଦଣ୍ଡସେନା, ନରେଶ ଦଣ୍ଡସେନା ପ୍ରମୁଖ ମଞ୍ଚଷିନ ଥିବା ବେଳେ ଶ୍ରୀ କୃଷ୍ଣ ଚନ୍ଦ୍ର ପାଣ୍ଡେ ମଞ୍ଚ ପରିଚାଳନା କରିଥିଲେ ।

Post a Comment

Previous Post Next Post