ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ


କୋରାପୁଟ / ଜୟପୁର : (ଆଜତକ୍ ଓଡ଼ିଶା) ସ୍ଥାନୀୟ ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପଠାରେ ୰ ଡ଼ ଗଙ୍ଗାଧର ନନ୍ଦଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।ହରିହର କରସୁଧା ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମ ପ୍ରାନ୍ତ ଧର୍ମ ଜାଗରଣ ପ୍ରମୁଖ ବିକ୍ରମ ଆଚାର୍ଯ୍ୟ ମୁଖ୍ୟ ଅତିଥି, ସହପ୍ରାନ୍ତ କାର୍ଯ୍ୟବାହ ହରିଶ୍ଚନ୍ଦ୍ର ପରିଡା ମୁଖ୍ୟଵକ୍ତା,ଭାରତୀୟ ମଜଦୁର ସଂଘର ପ୍ରାକ୍ତନ ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି,ବିଶିଷ୍ଟ ସାହିତ୍ୟିକ ଯଜ୍ଞେଶ୍ବର ପଣ୍ଡା ବରିଷ୍ଠ ଅତିଥିଭାବେ ଯୋଗ ଦେଇଥିଲେ।ଡ଼ ଗଙ୍ଗାଧର ନନ୍ଦ ଜଣେ ବ୍ୟକ୍ତି ନୁହଁ ବରଂ ଏକ ଅନୁଷ୍ଠାନ ଏବଂ ଆନ୍ଦୋଳନ ମଧ୍ୟ,ସେ ଜଣେ ବହୁ ଆୟାମୀ ବ୍ୟକ୍ତିତ୍ବର ଅଧିକାରୀ, ଜଣେ ନିର୍ଭୀକ,ଦକ୍ଷ,ପ୍ରତ୍ୟକ୍ଷ ବାଦୀ ସଙ୍ଗଠକ,ରାଷ୍ଟ୍ର ପାଇଁ ସଦାସର୍ବଦା ଯୁଦ୍ଧ କରୁଥିବା ଏକ ମହାପୁରୁଷ, ଶେଷ ନିଃଶ୍ବାସ ତ୍ୟାଗ କରିବା ପର୍ଯ୍ୟନ୍ତ ସମାଜ ଓ ରାଷ୍ଟ୍ର ପାଇଁ ଲଢୁଥିବା ଏକ ଅଗ୍ରଣୀ ନେତା,ଜଣେ ପ୍ରଜ୍ଞାବାନ୍ ଓ ଦୀପ୍ତିମନ୍ତ ପୁରୁଷ ଥିଲେ ତଥା ସହରର ଏକ ମାର୍ଗକୁ ତାଙ୍କ ନାମରେ କରାଯିବା ନିମନ୍ତେ ଉଦ୍ୟୋକ୍ତା ମାନେ ମତଵ୍ୟକ୍ତ କରିଥିଲେ।ଲକ୍ଷ୍ମୀକାନ୍ତ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ କୃଷ୍ଣକେଶବ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘ ପରିବାରର ବାବୁ ଭାଇ ବଜରଙ୍ଗୀ,ଡ ନିରଞ୍ଜନ ମିଶ୍ର,ଡ଼ ପ୍ରଦୀପ ମିଶ୍ର,ରବୀନ୍ଦ୍ର ସାହୁ, ଲକ୍ଷ୍ମୀ ବିଶୋଇ,କୈଳାଶ ଅଗ୍ରୱ।ଲ୍,ଲଳିତ ଅଗ୍ରୱ।ଲ୍,କୁଞ୍ଜବିହାରୀ ପାଠୀ,ସୁବ୍ରତ ପଣ୍ଡା,ସୁରେନ୍ଦ୍ର ମାଦଳା,ଅଶୋକ ପାଢୀ,ସତ୍ୟପ୍ରିୟ ସୁଆର,ରମେଶ ପଣ୍ଡାଙ୍କ ସମେତ ଧୀରେନ୍ ପଟ୍ଟନାୟକ, ଜାନକୀ ପାଣିଗ୍ରାହୀ,ଵିଜୟ ଭଟ୍ଟ,ସତ୍ୟ ନାରାୟଣ ମିଶ୍ର,ଉମାକାନ୍ତ ମହାରଣା,ପିଲୁ ଦାସ,ମଦନ ମୋହନ ନାୟକ, ସୁବାସ ପଣ୍ଡା, ମିନକେତନ ଦାଶ, ରାମକୃଷ୍ଣ ଷଡ଼ଙ୍ଗୀ, ଅଶୋକ କୁମାର ପଲେଇ,ବଂଶୀ ସାମନ୍ତରାୟ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Post a Comment

Previous Post Next Post