ବାଲିଆପାଳ, ୨୯/୧୦ (ପ୍ରଭାକର ମଲ୍ଲିକ): ଶ୍ରଦ୍ଧାକ୍ଷେତ୍ର ଖାଦ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଶାରଦୀୟ ଗଜଲକ୍ଷ୍ମୀ ପୂଜା ଅବସରରେ ଏକ ବିଶାଳ ରକ୍ତ ଦାନ ଶିବିର ବାଲିଆପାଳ ବ୍ଲକ ଛକରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବାଲିଆପାଳ ବିଡ଼ିଓ ଶ୍ରୀଯୁକ୍ତ ବିନୋଦ ବିହାରୀ ପଣ୍ଡା ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଲିଆପାଳ ଥାନା ଭାରାପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ଜେନା ଏବଂ ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚର ଆବାହକ ତଥା ଯୁବ ନେତା ସତ୍ୟକାମ ମହାନ୍ତି ଯୋଗ ଦେଇଥିଲ । ବାଲିଆପାଳ ବ୍ଲକ ଛକ ବଣିକ ସଂଘର ସଭାପତି ଜଗବନ୍ଧୁ ଜେନା ଓ ଶ୍ରଦ୍ଧାକ୍ଷେତ୍ର ଖାଦ୍ୟ ବ୍ୟବସାୟୀ ସଂଘର ବରିଷ୍ଠ ସଦସ୍ୟ ନରେଶ ସାହୁ ପ୍ରଥମେ ରକ୍ତ ଦାନ କରି ଶିବିରକୁ ଆଗକୁ ନେଇଥିଲେ । ଗଜଲକ୍ଷ୍ମୀ ପୂଜାରେ ଏଭଳି ନିଆରା କାର୍ଯ୍ୟକ୍ରମ କରିଥିବା ଆୟୋଜକ କମିଟି ଏବଂ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ଅତିଥି ଏବଂ ରକ୍ତ ଭଣ୍ଡାରର ଅଧିକାରୀ ମାନେ । ଶ୍ରଦ୍ଧାକ୍ଷେତ୍ର ବାଲିଆପାଳ ଖାଦ୍ୟ ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ସଂଘର ସଭାପତି ହରିହର ପ୍ରଧାନ ପରିଚାଳନା କରିଥିବା ବେଳେ ଯୁବ ସମାଜସେବୀ ରିଙ୍କୁ ରଞ୍ଜନ, ହରବନ୍ଧୁ ଜେନା, ଲିଟୁ ରାଉତ, ଦିଲ୍ଲୀପ ବେହେରା, ଦେବାଶିଷ ଗୋବିନ୍ଦ ପାତ୍ର ଉପସ୍ଥିତ ରହି ଶିବିରକୁ ସଫଳ କରାଇଥିଲେ ।

Post a Comment