କଣ୍ଟାମାଳ, ୦୨/୦୯ (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସା ଗୋରା ଠାରେ ଥିବା ପ୍ରାଣୀ ଚିକିତ୍ସାଳୟ ପରିସର ରେ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ମନମୁଣ୍ଡା କଣ୍ଟାମାଳ ରାଜ୍ୟ ରାଜପଥ ନଂ ୪୧ କଡ ପାଲସାଗୋରା ପଞ୍ଚାୟତ ସମ୍ମୁଖରେ ଥିବା ପ୍ରାଣିଚିକିତ୍ସା କେନ୍ଦ୍ର ର ସୁରକ୍ଷା ପାଚେରୀ ନଥିବାରୁ ଏହାର ସୁଯୋଗ ନେଇ ମଦୁଆ ମାନଙ୍କ ଆସର ଜମୁଛି । ସନ୍ଧ୍ୟା ହେଲେ ଚିକିତ୍ସାଳୟ ପରିସରରେ ମଦ ଓ ମାଂସ ଆସର ଜମୁଥିବା ବେଳେ ଅସାମାଜିକଙ୍କ ଅଡ୍ଡା ସ୍ଥଳୀ ପାଲଟିଛି । ପରିସରରେ ଥିବା ପାଇଖାନା ଖୋଲରେ ଥିବାରୁ ଅସାମାଜିକ ଲୋକ ମାନେ ଏହାର ସୁବିଧା ନେଇ ଅପରିଷ୍କାର କରୁଛନ୍ତି । ଅପରିଷ୍କାର ହୋଇ ଥିବାରୁ ପ୍ରାଣିଚିକିତ୍ସକ ସକାଳୁ ଆସି ନିଜ ହାତ ରେ ମଇଳା ସଫା କରୁଛନ୍ତି । ଅନ୍ୟପଟେ ଗୋପାଳକ ଚାଷୀ ମାନେ ମଧ୍ୟ ଅପରିଷ୍କାର ହେତୁ ନାକ ଟେକି ଆସିବାକୁ ପଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ପ୍ରାଣୀ ଚିକିତ୍ସାଳୟ ଚାରିପଟେ ଖୁବ୍ ଶୀଘ୍ର ପାଚେରୀ ର ବ୍ୟବସ୍ଥା କରାଯାଉ ଅଥବା ଉକ୍ତ କେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାଷୀମାନେ ଦାବୀ କରିଛନ୍ତି | ଉକ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।

Post a Comment