ମାରାସୁର ଦରବାର ପାଇଁ କଳାକାର ଚୟନ


କଣ୍ଟାମାଳ,୦୨/୦୯( ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସା ଗୋରା ଠାରେ ସ୍ଵସ୍ତିକ କ୍ଳବ୍ ଦ୍ଵାରା ହେବାକୁ ଗଜଲକ୍ଷ୍ମୀ ପୂଜା ପାଇଁ କଳାକାର ମାନଙ୍କୁ ବରଣ କରାଯାଇଛି | ପଲସା ଗୋରା ନିକଟସ୍ଥ ଦୁର୍ଗା ମଣ୍ଡପ ଠାରେ ବିଶିଷ୍ଟ ମଞ୍ଚ କଳାକାର ତଥା ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ର କଂସ ହୃଷୀକେଶ ଭୋଇ ଙ୍କୁ କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବରଣ କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୮ରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହେବା ସହ ମାରସୁର ଦରବାର ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ବରଣ କାର୍ଯ୍ୟକ୍ରମରେ ପୂଜା କମିଟି ସଭାପତି ଶାନ୍ତନୁ ମହାପାତ୍ର, ସମ୍ପାଦକ ବିଗ୍ନେଶ ପ୍ରଧାନ, କୋଷାଧ୍ୟକ୍ଷ ବିବେକାନନ୍ଦ ଭୋଇ,ଉପସଭାପତି ରଞ୍ଜନ ପଣ୍ଡା,ପୂଜାର କର୍ତ୍ତା ରଞ୍ଜନ ମିଶ୍ରଙ୍କ ସହ କମିଟିର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post