ଫକୀର ମୋହନ ସ୍ଵୟଂ ଶାସିତ ମହାବଦ୍ୟାଳୟରେ ଏନସିସିର ନୃତନ କ୍ୟାଡେଟ ଚୟନ


ବାଲେଶ୍ୱର,୨/୯(ଲକ୍ଷ୍ମୀଧର ବାରିକ): ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ଏନସିସି ଆର୍ମି ୱିଂ ର ବାଳିକା ଓ ବାଳକ ବିଭାଗ ପାଇଁ ୨୦୨୩- ୨୦୨୪ ଶିକ୍ଷା ବର୍ଷ ପାଇଁ ନୃତନ କ୍ୟାଡେଟ ଚୟନ ପ୍ରକିୟା ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇ ଅଛି। ସପ୍ତମ ଓଡ଼ିଶା ଏନସିସି ବାଟାଲିୟନ ର କମାଣ୍ଡିଙ୍ଗ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ କେ. ସାନ୍ତାସିଂ ଏସ୍ଏମ ଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଘୋଷ ଙ୍କ ଅନୁମୋଦନ ରେ ଚୟନ ପ୍ରକିୟା ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହୋଇଛି। ଏହି ଚୟନ ପ୍ରକିୟା ତିନୋଟି ପ୍ରଯ୍ୟାୟ ରେ ଅନୁଷ୍ଠିତ ହୋଇଥିଲା। କଲେଜ ରେ କେବଳ +୩ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଥିଲେ। ପ୍ରଥମ ପ୍ରଯ୍ୟାୟ ରେ ଶାରୀରିକ ପରୀକ୍ଷା, ଦିତ୍ୱିୟ ପ୍ରଯ୍ୟାୟ ରେ ୫୦ ମାର୍କ ର ଲିଖିତ ପରୀକ୍ଷା ଏବଂ ଅନ୍ତିମ ପ୍ରର୍ଯ୍ୟାୟ ରେ ଉପର ଦୁଇଟି ପ୍ରର୍ଯ୍ୟାୟ ରେ କୃତ କାର୍ଯ୍ୟ ହୋଇ ଥିବା ପିଲା ମାନଙ୍କ ର ସାର୍ଟିଫିକେଟ ଯାଞ୍ଚ ହୋଇଥିଲା ଓ କ୍ୟାରିଅର ମାର୍କ ମିଶା ଯାଇ ମେରିଟ ଲିଷ୍ଟ ପ୍ରସ୍ତୁତ ହୋଇଥିଲା। ମେରିଟ ଲିଷ୍ଟ ରୁ ୧୬ ଜଣ ବାଳକ ବିଭାଗ ପାଇଁ ଓ ୧୪ ଜଣ ବାଳିକା ବିଭାଗ ପାଇଁ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ଟି ସକାଳ ୮ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ଏହାକୁ ପରିଚାଳନା କରିଥିଲେ ସପ୍ତମ ଓଡ଼ିଶା ବାଟାଲିୟନ ର ସୁବେଦାର ଦିଲ ବାହାଦୁର ଟିଦି, କ୍ୱାଟର ମାଷ୍ଟର କ୍ୟାପଟେନ ମଲକତ ସିଂ ଓ ବାଳିକା ବିଭାଗ ର ଏନସିସି ଅଫିସର କ୍ୟାପଟେନ ଡକ୍ଟର ବିଦ୍ୟୁତ ପ୍ରଭା ଦାସ। ଆର୍ମି ୱିଙ୍ଗ ବାଳକ ଓ ବାଳିକା ବିଭାଗ ର ସିନିଅର କ୍ୟାଡେଟ ମାନେ ଏହି ଚୟନ ପ୍ରକିୟା ରେ ସହଯୋଗ କରିଥିଲେ। ପରିଶେଷରେ ସମସ୍ତ ମନୋନୀତ ନବାଗତ ଏନସିସି କ୍ୟାଡେଟ ମାନଙ୍କୁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଘୋଷ ସ୍ବାଗତ ଜଣାଇଥିଲେ।

Post a Comment

Previous Post Next Post