ବର୍ଷା ଅଭାବରୁ ମରୁଡି ଆଶଙ୍କା


ବାଲିଆପାଳ , ୨/୯( ପ୍ରଭାକର ମଲ୍ଲିକ ) ଉତ୍ତର ଓଡ଼ିଶାର ଲୋକମାନେ ମୁଖ୍ୟତ ଧାନଚାଷ ଉପରେ ନିର୍ଭରଶୀଳ ଅଟନ୍ତି। ଏହି ଅଞ୍ଚଳର ଅଶି ପ୍ରତି ଶତ ଲୋକ ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକରେ ଚଳିତ ବର୍ଷ ୧୫ ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଜମି ରେ ଖରିଫ ଧାନ ଚାଷ ହୋଇଛି। ପ୍ରତିବର୍ଷ ଚାଷ କାର୍ଯ୍ୟ ପରେ ବର୍ଷା ଓ ରୋଗ ପୋକ ଦାଉ ସାଧୁଛି। ଫଳରେ ଧାନଚାଷ ଉପରୁ ମୁହଁ ଫେରାଇ ଦେଇଛନ୍ତି ଚାଷୀ।ଚଷାପୁଅ ଟିଏ ସୁନାର ଫସଲ ଅମଳ ପାଇଁ ମୁଣ୍ଡ ଝାଲ ତୁଣ୍ଡ ରେ ମାରି ବିଲରେ ଖଟେ। ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି।ନିଜର ସମ୍ବଳକୁ ବନ୍ଧା ପକାଇ ଟଙ୍କା କରଜ କରି ସର୍ବସ୍ୱ ହରାଇ ଦେଉଛି। ମରୁଡି ଆଶଙ୍କା ଉପୁଜିଥିବାରୁ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି। ଚାଷ ଜମି ଫାଟି ଆଁ କଲାଣି , ଧାନ ଗଛ ମରିଯାଉଥିବା ଦେଖା ଯାଉଛି।ଆଉ କିଛି ଦିନ ମଧ୍ୟରେ ବର୍ଷା ନହେଲେ ଲଙ୍ଗଳେଶ୍ବର ଅଞ୍ଚଳରେ ପରିସ୍ଥିତି ବିଗିଡି ଯିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

Post a Comment

Previous Post Next Post