ସେବା ପାଇଁ କେବଳ ଶ୍ରମର ଆବଶ୍ୟକ
ଜଳେଶ୍ୱର-୨୩/୪(ଜଗନ୍ନାଥ ଗୋଛାୟତ) ଓଡିଶାରେ ଚାରୋଟି ଜିଲ୍ଲାରେ ସେବା, ସହାୟତା, ସାହାଯ୍ୟ, ସ୍ୱଚ୍ଛତା ଆଣିବାରେ କାଯ୍ୟ କରି ଆସୁଥିବା ମେ ଆଇ ହେଲ୍ପ ୟୁ- ମୋ ପରିବାର ପକ୍ଷରୁ ଆଜି ଜଳେଶ୍ୱର ଇନ ହୋଟେଲ ପରିସରରେ ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ପ୍ରତିଷ୍ଠାତା ଜଗନ୍ନାଥ ପରିଡା ସଂଗଠନକୁ ପରିଚାଳନା କରି ଗରିବଙ୍କୁ ଆର୍ଥିକ ସହାୟତା, ଅନାହାରଙ୍କୁ ବଳକା ଖାଦ୍ୟ ବଣ୍ଟନ, ଅନାଥଙ୍କ ଶବ ସତ୍କାର, ଗରିବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ ଗରିବ ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ ,ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିବା, କରୋନା ସମୟରେ ଅସହାୟ ମାନଙ୍କୁ ସାହାଯ୍ୟ କରାଯାଉଥିବା ସମ୍ପକରେ ସୂଚନା ଦେଇଥିଲେ ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂଗଠନର ରାଜ୍ୟ ସଭାପତି କିଶୋର ହୋତା ଯୋଗଦେଇ ବାଲେଶ୍ୱର,ପୁରୀ,ଖୋର୍ଧା, ସୁନ୍ଦରଗଡ ଜିଲ୍ଲାରେ ଏହି ସଂଗଠନ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାଯ୍ୟ କରିଥିବା ସମ୍ପକରେ ସୂଚନା ଦେଇଥିଲେ।ସମ୍ମାନିତ ବକ୍ତା ରୂପେ ସୁଦୂର ଆମେରିକାରେ ଅବସ୍ଥାନ କରୁଥିବା ଇ ଅମୀୟ କୁମାର ମହାନ୍ତି ଯୋଗଦେଇ ଉତ୍ସଗୀ କୃତ ସେବା ଓ ସହାୟତା ସମାଜର ପରିବର୍ତନ କରିଥାଏ ବୋଲି କହିଥିଲେ।ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଅଧକ୍ଷ ଜିତାରାମ ଦେ, ୬୦ନଂଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ମୁଖ୍ୟ ସଞ୍ଜୟ ଘଟକ,ଜଳେଶ୍ୱର ଶାଖାର ସଭାପତି ନରହରି ବେହେରା, ସମ୍ପାଦକ ଶୁଭମ ମହାନ୍ତି, ରାଉରକେଲା ସମ୍ପାଦକ ଧର୍ମେନ୍ଦ୍ର ସାହୁ , ବାଲିଆପାଳ ଶାଖା ସଭାପତି ରାଜକିଶୋର ପାତ୍ର, ଭୋଗରାଇ ଶାଖା ସଭାପତି ଅଂଶୁମାନ ରାଉତ, ସମାଜସେବୀ ରାଜୀବ ପରିଡା, ଚନ୍ଦନ ପ୍ରଧାନ ,ମଣ୍ଟୁ ପାଢ଼ୀ,ପ୍ରମେୟ ଜଳେଶ୍ବର।ପ୍ରତିନିଧି ସୁକୁମାର ରଣା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାଯ୍ୟକ୍ରମକୁ ଶିବ ଶଙ୍କର ଗିରି ସଂଚାଳନ କରିଥିଲେ, ସ୍ଥାନୀୟ କନ୍ୟାଶ୍ରମ, ଅର୍ଣ୍ଣବ ଫାଉଣ୍ଡେସନ, ଜଳେଶ୍ୱର ଯୁବମଞ୍ଚ, ମା ମଙ୍ଗଲା ସଂଗଠନ ,କେଉଁଝର, ଗୁରୁକୁଳ ଆଶ୍ରମ, ଗୋମାତା ସେବା, ଗୋପବନ୍ଧୁ ଦୁଃଖ ସୁଖ ସାଥି, ମାନବ ସେବା ସଂଗଠନ, ଈଶ୍ୱର ଟିଭି, ଆର୍ଯ୍ୟ ସେବା ସଂଗଠନ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାଯ୍ୟକ୍ରମରେ ପ୍ରାୟ ପଚାଶ ଜଣ ବୃଦ୍ଧ, ବୃଦ୍ଧା, ଦୁଃଖୀହୀନ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଗୋଟାଏ ଲେଖାଏଁ ଛତା, ଜୋତା, ଶାଢ଼ୀ ଏବଂ କିଛି ଅର୍ଥ ସାହାଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ
Post a Comment