ବାଲିଆପାଳ , ୩/୯ ( ପ୍ରଭାକର ମଲ୍ଲିକ ): ବୋଳଂ ପଞ୍ଚାୟତ ଅନ୍ତର୍ଗତ ଈଶ୍ୱର ଚନ୍ଦ୍ର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ସଂସ୍କୃତଭାରତୀ,ଉତ୍କଳ,ବାଲେଶ୍ୱର ଶାଖା ପକ୍ଷରୁ ସଂସ୍କୃତ ଦିବସ ଆଜି ପାଳିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ଆଦିକନ୍ଦ ମହାନ୍ତି ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବିରଞ୍ଜନ ତ୍ରିପାଠୀ ଯୋଗଦେଇ ସଂସ୍କୃତ କିପରି ବିଶ୍ଵ ଭାଷା ହୋଇପାରିବ ସେନେଇ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଉଦ୍ୟମ ହେବା ଦରକାର ବୋଲି କହିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡା. ଅକ୍ଷୟ କୁମାର ଦତ୍ତ ଯୋଗଦେଇ ସଂସ୍କୃତ କିପରି ଭୌତିକ ଶାସ୍ତ୍ର, ରସାୟନ ବିଜ୍ଞାନ, ଖଗୋଳ ଶାସ୍ତ୍ର, ଗଣିତ , ଚିକିତ୍ସା ଶାସ୍ତ୍ରରେ ସହାୟତା ହେବ ସେ ବିଷୟରେ କହିଥିଲେ ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଶିକ୍ଷକ ପ୍ରଫୁଲ କୁମାର ଜେନା ଯୋଗଦେଇଥିଲେ। ବାଲେଶ୍ବର ଜିଲ୍ଲା ସଂଯୋଜିକା ସଂସ୍କୃତ ଶିକ୍ଷୟିତ୍ରୀ ବଣେଶ୍ୱରୀ ଜେନା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ କରିଥିଲେ। ଅତିଥି ପରିଚୟ ପ୍ରଦାନ ବିଦେଶିନୀ ବେହେରା କରିଥିବା ବେଳେ ଲିଜା ରାଣୀ ଜେନା ସଭା ସଞ୍ଚାଳନ କରିଥିଲେ। ନର୍ମଦା ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ରାମହରି ପାତ୍ର, ଦୟାନିଧି ମଲ୍ଲିକ, ବଳରାମ ଦଳେଇ, ସ୍ନେହଲତା ଭୋଳ, ସୁକାନ୍ତି ଲତା ଟୁଡୁ ଅତିଥି ଭାବରେ ମଞ୍ଚାସୀନଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗଦେଇ ଗୀତା ପରାୟଣ, ନୃତ୍ୟ, ସଙ୍ଗୀତ, ଭାଷଣ ପରିବେଷଣ କରିଥିଲେ।

Post a Comment