ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡ଼ା ପ୍ରତି ସାବଧାନ ବସ୍ତିରେ ସଚେତନତା କରିଲେ


କଟକ (ଆଜତକ୍ ଓଡ଼ିଶା) ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ତରଫରୁ କଟକ ସାପ କାମୁଡ଼ା ପ୍ରତି ସାବଧାନ ସାପ କାମୁଡ଼ିଲେ ଭୟଭୀତ ନହୋଇ କେମିତି ସମାଧାନ କରିବେ ବସ୍ତି ଲୋକଙ୍କୁ ସଚେତନତା କରାଗଲା ଆମ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୀବନ ଅଛି ମାନେ ସମସ୍ୟା ଅଛି ଆଉ ସମସ୍ୟା ଅଛି ମାନେ ତାର ନିଶ୍ଚିତ ସମାଧାନ ଅଛି ବିପଦ ସମୟରେ ବିଚଳିତ ନହୋଇ ମନରେ ସାହାସ ଆଣି ଦୁଃଖ ସହିତ ଲଢନ୍ତୁ ,ବର୍ଷା ରୁତୁରେ ପ୍ରାୟତଃ ସାପ କାମୁଡା ଅଧିକା ଦେଖା ଯାଏ। ସାପ କାମୁଡିଲେ, ସର୍ପାଘାତର ଶିକାର ହୋଇଥିବା ‌ଆହତଙ୍କୁ ଯେତେ ଶୀଘ୍ର ସମ୍ଭବ ନିକଟସ୍ଥ ଡାକ୍ତର ଖାନାକୁ ନିଅନ୍ତୁ,ଆହତଙ୍କୁ ଅଧିକ ଗତିଶୀଳ କରାନ୍ତୁ ନାହିଁ ଓ ଗୁଣି ଗାରେଡ଼ି ଭଳି ଅନ୍ଧବିଶ୍ୱାସର ଶିକାର ହୁଅନ୍ତୁ ନାହିଁ। ଡ଼ାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ନିଜେ ସଚେତନ ହୁଅନ୍ତୁ ଅନ୍ୟକୁ ସଚେତନ କରାନ୍ତୁ ସମ୍ଭବ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ସୁଶ୍ରୀ ପ୍ରମିଳା ସିଂହ ଉପସ୍ଥିତ ଥିଲେ ।

Post a Comment

Previous Post Next Post