ଜଳେଶ୍ୱର, ୦୩।୦୯ (ଜଗନ୍ନାଥ ଗୋଛାୟତ) ଭାରତୀୟ ଜୀବନ ବୀମା ଏଜେଣ୍ଟ ଫେଡେରେସନ ଜଳେଶ୍ୱର ଶାଖାର ବାର୍ଷିକ ସାଧାରଣ ଅଧିବେଶନ ଜଳେଶ୍ୱର ନିଗମ କାର୍ଯ୍ୟାଳୟ ପରିସରରେ ୩ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶାନ୍ତି, ମୈତ୍ରୀ, ପ୍ରଗତୀ ଓ ଅର୍ଥିକ ବିକାଶର ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଜଳେଶ୍ୱର ସହର ପରିକ୍ରମା କରି ନିଗମ କାର୍ଯ୍ୟାଳୟ ପାଖକୁ ଆସିଥିଲା ତାପରେ ଅଧିବେଶନ ଆରମ୍ଭ ହୋଇଥିଲା । ଆୟୋଜିତ ସାଧାରଣ ଅଧିବେଶନରେ ଏଜେଣ୍ଟ ଫେଡେରେସନର ସଭାପତି ଅନାଦି ଗିରି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଫେଡେରେସନର କେନ୍ଦ୍ରୀୟ ସଭାପତି ଜଗଦୀଶ ଜାୱାର ଯୋଗଦେଇ ଜୀବନ ବୀମା ଏଜେଣ୍ଟ ମାନଙ୍କର ବିଭିନ୍ନ କାର୍ଯ୍ୟର ଦକ୍ଷତା ବୃଦ୍ଧି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜଳେଶ୍ୱର ଶାଖା ପ୍ରବନ୍ଧକ ଦିଲ୍ଲୀପ କୁମାର ବିହାରୀ, କଟକ ଡିଭିଜନର ଶାଖା ସଭାପତି ସପନ ମହାନ୍ତି, ସଂପାଦକ ରମେଶ ଚନ୍ଦ୍ର ପାଣି, କଟକ ସିଡବ୍ଲ୍ୟୁଏ ସଂପାଦକ ତପନ ପରିଡା, ଜଳେଶ୍ୱର ଶାଖା କୋଷାଧ୍ୟକ୍ଷ ସଂଜୀବ କୁମାର ଘୋଷ, ଭୋଗରାଇର ବିନୟ କୁମାର ଦାସ ପ୍ରମୁଖ ଯୋଗଦେଇ ଏଜେଣ୍ଟ ମାନଙ୍କ କାର୍ଯ୍ୟଶୈଳୀ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଳେଶ୍ୱର ଶାଖା ସଂପାଦକ ମନୋରଂଜନ ଦାସ ଅତିଥି ଆମନ୍ତ୍ରଣ, ବାର୍ଷିକ ବିବରଣୀ ପାଠ ତଥା ସଭା ପରିଚାଳନା କରିଥିଲେ । ଏହି ଅଧିବେଶନରେ ବିଭିନ୍ନ ଜିଲ୍ଲା ଶାଖାରୁ ଏଜେଣ୍ଟ ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ତାପସ ଦାସ, ନିତାଇଲାଲ ଦେ, ଗୋବିନ୍ଦ ସାହୁ, ସୁଜୟ କର, ସୁଶାନ୍ତ କୁମାର ପାତ୍ର, ରାମଚନ୍ଦ୍ର ଅଧିକାରୀ, ବିଜୟ ପାତ୍ର, ମଂଜୁରାଣୀ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Post a Comment