ରାସ୍ତା ଖରାପ ଯୋଗୁଁ ଗାଁ କୁ ଗଲାଣି ଆମ୍ବୁଲାନ୍ସ ଗାଡ଼ି, ଖଟିଆରେବୋହା ହେଲେ ରୋଗୀ


କଣ୍ଟାମାଳ,୩/୯ (ମନଧରକର୍ମୀ) ବୌଦ୍ଧ ଜିଲ୍ଲା କଣ୍ଟାମାଲବ୍ଲକ ରୁ ଆସିଲା ବିକାଶ ର ବିକଳଚିତ୍ର ପୁଣି ଖଟିଆରେ ବୁହାହେଲା ରୋଗୀ । ସୂଚନା ମତେ କଣ୍ଟାମାଲ ବ୍ଲକ ଅନ୍ତର୍ଗତ ନାରାୟଣ ପ୍ରସାଦ ପଂଚାୟତ ର ନାଦେନ ଗ୍ରାମର ଠୁବୁଳି ଭୋଇ ଙ୍କୁ ଭୀଷଣ ଜ୍ଵର ହୋଇଥିଲା ଫଳରେ ପରିବାର ଲୋକେ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ କିନ୍ତୁ ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ ଫଳରେ ପରିବାର ଲୋକେ ୩କିଲୋମିଟର ପର୍ଯନ୍ତ ଏକ ଖଟିଆ ରେ ବୋହିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଘଟଣା ପରେ ଅଂଚଳରେ କେତେ ବିକାଶ ହୋଇଛି ତାହା ସାଧାରଣ ରେ ଆଲୋଚନା ହୋଇଛି । ଏପଟେ ନିର୍ବାଚନ ହେଲେ ଗାଁଗାଁ କୁ ଯାଇ ଭୋଟ ମାଗୁଛନ୍ତି ନେତା କିନ୍ତୁ ନିର୍ବାଚନ ସରିଲେ ଉପାନ୍ତ ରେ ପଡୁନି ନଜର ଯାହା ଫଳରେ ଏଭଳିଦୁର୍ବିସହ ଜୀବନ କାଟୁଛନ୍ତି ଉପାନ୍ତ ରେ ଥିବା ଲୋକେ । ଏଥି ପ୍ରତି ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଏହି ରାସ୍ତା ଟି ମରାମତି କରିବା ପାଇଁ ବିଭିନ୍ନ ମହଲ ରେ ଦାବି ହେଉଛି ।

Post a Comment

Previous Post Next Post